ପଶ୍ଚିମ ଭେନେଜୁଏଲା ଓ କୋଲମ୍ବିଆର କିଛି ସ୍ଥାନରେ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ
କାରାକାସ, 25 ସେପ୍ଟେମ୍ବର (ହି.ସ.)- ପଶ୍ଚିମ ଭେନେଜୁଏଲା ଓ କୋଲମ୍ବିଆର କିଛି ଅଞ୍ଚଳରେ ଜୋରଦାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ହେବାର ସୂଚନା ମିଳିନାହିଁ। ଭେନେଜୁଏଲା ଭୂକମ୍ପ ଅନୁସନ୍ଧାନ ସଂସ୍ଥାନ ଅନୁସାରେ, 24 ସେପ୍ଟେମ୍ବରରେ ଦ
ପଶ୍ଚିମ ଭେନେଜୁଏଲା ଓ     କୋଲମ୍ବିଆର କିଛି ସ୍ଥାନରେ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ


କାରାକାସ, 25 ସେପ୍ଟେମ୍ବର (ହି.ସ.)- ପଶ୍ଚିମ ଭେନେଜୁଏଲା

ଓ କୋଲମ୍ବିଆର କିଛି ଅଞ୍ଚଳରେ ଜୋରଦାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି

କିମ୍ବା ମୃତାହତ ହେବାର ସୂଚନା ମିଳିନାହିଁ। ଭେନେଜୁଏଲା ଭୂକମ୍ପ ଅନୁସନ୍ଧାନ ସଂସ୍ଥାନ ଅନୁସାରେ, 24 ସେପ୍ଟେମ୍ବରରେ ଦେଶର ପଶ୍ଚିମ ଅଞ୍ଚଳରେ ଦୁଇଥର ଭୂକମ୍ପ ଆସିଥିଲା।

ପ୍ରଥମ ଭୂକମ୍ପ ସନ୍ଧ୍ୟା

6:22 ବେଳେ ରେକର୍ଡ ହୋଇଥିଲା। ଏହାର କେନ୍ଦ୍ର ଥିଲା ଟ୍ରୁଜିଲୋ ରାଜ୍ୟର ଲା ସେଇବା ଠାରୁ 40

କି.ମି. ଉତ୍ତର-ପୂର୍ବ ଦିଗରେ। ଏହି ଭୂକମ୍ପର ତୀବ୍ରତା ରିକ୍ଟର୍ ସ୍କେଲ୍‌ରେ 5.4 ଓ ଗଭୀରତା

26.5 କି.ମି. ଥିଲା।

ଅନଲାଇନ୍ ସମ୍ବାଦ ମାଧ୍ୟମ

ଏଲ୍ ନେସିଓନାଲ୍ର ଖବର ଅନୁସାରେ, କିଛି ସମୟ ପରେ ସନ୍ଧ୍ୟା 6:29 ବେଳେ ଦ୍ୱିତୀୟ ଭୂକମ୍ପ

ହେଇଥିଲା। ଏହାର କେନ୍ଦ୍ର ଥିଲା ଜୁଲିଆ ଅଞ୍ଚଳର ବାଚାକ୍ବେରୋଠାରୁ 58 କି.ମି. ଉତ୍ତର-ପୂର୍ବ ଦିଗରେ। ଏହାର ତୀବ୍ରତା 4.9 ଓ ଗଭୀରତା 34.3 କି.ମି. ଥିଲା। ଏହି ଭୂକମ୍ପ ଝଟକା ଜୁଲିଆ, ଫାଲ୍କନ୍, ଲାରା, କ୍ୟାପିଟାଲ୍ ଡିଷ୍ଟ୍ରିକ୍ଟ, ଯାରାକୁଇ, ପୋର୍ତୁଗୁସା ଓ ଟ୍ରୁଜିଲୋ ରାଜ୍ୟଗୁଡିକ ସହ କୋଲମ୍ବିଆର କିଛି

ଅଞ୍ଚଳରେ ମଧ୍ୟ ଅନୁଭବ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande