କେନ୍ଦ୍ର ସରକାର ହାଇକୋର୍ଟକୁ କହିଛନ୍ତି ଯେ, କେଜରିୱାଲଙ୍କୁ ୧୦ ଦିନ ମଧ୍ୟରେ ଏକ ବଙ୍ଗଳା ଆବଂଟିତ କରାଯିବ
ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସରକାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୧୦ ଦିନ ମଧ୍ୟରେ ଦିଲ୍ଲୀରେ ଏକ ବାସସ୍ଥାନ ପ୍ରଦାନ କରିବେ । ଏହି ସୂଚନା କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ଗୁରୁବାର ଦିଲ୍ଲୀ ହାଇକୋର୍ଟରେ
କେନ୍ଦ୍ର ସରକାର ହାଇକୋର୍ଟକୁ କହିଛନ୍ତି ଯେ, କେଜରିୱାଲଙ୍କୁ ୧୦ ଦିନ ମଧ୍ୟରେ ଏକ ବଙ୍ଗଳା ଆବଂଟିତ କରାଯିବ


ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସରକାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୧୦ ଦିନ ମଧ୍ୟରେ ଦିଲ୍ଲୀରେ ଏକ ବାସସ୍ଥାନ ପ୍ରଦାନ କରିବେ । ଏହି ସୂଚନା କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ସଚିନ ଦତାଙ୍କ ଖଣ୍ଡପୀଠକୁ ପ୍ରଦାନ କରିଛନ୍ତି ।

ଆମ ଆଦମୀ ପାର୍ଟିର ଆବେଦନର ଶୁଣାଣି ସମୟରେ ମେହେଟା ବ୍ୟଙ୍ଗାତ୍ମକ ଭାବରେ ମନ୍ତବ୍ୟ ଦେଇଥିଲେ ଯେ, ସାଧାରଣ ଲୋକ ବଙ୍ଗଳା ପାଇଁ ଲଢ଼ନ୍ତି ନାହିଁ । ସେପ୍ଟେମ୍ବର ୧୮ ତାରିଖରେ ହାଇକୋର୍ଟ କହିଥିଲେ ଯେ, କେଜରିୱାଲଙ୍କୁ ଦିଲ୍ଲୀରେ ବାସସ୍ଥାନ ପ୍ରଦାନ କରିବାର ନିଷ୍ପତି ପ୍ରଶାସନର ବିବେଚନାରେ ନିଆଯାଇପାରିବ ନାହିଁ । କୋର୍ଟ କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ସମ୍ପତି ନିର୍ଦ୍ଦେଶକଙ୍କୁ ସମନ କରିଥିଲେ । ଶୁଣାଣି ସମୟରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଥିଲେ ଯେ, ଆମ ଆଦମୀ ପାର୍ଟି କେଜରିୱାଲଙ୍କ ପାଇଁ ୩୫, ଲୋଦି ଇଷ୍ଟେଟରେ ଟାଇପ୍ ୮ ବଙ୍ଗଳା ଆବଂଟିତ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ୨୪ ଜୁଲାଇରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ବଙ୍ଗଳା ଆବଂଟିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande