ନୂଆଦିଲ୍ଲୀ 25 ସେପ୍ଟେମ୍ବର (ହି.ସ)-ସେବା ପର୍ବ 2025 ଅବସରରେକେନ୍ଦ୍ର ପରିବେଶଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ
ଗୁରୁବାର ଅସୋଲା ଭଟି ୱାଇଲ୍ଡଲାଇଫ ସେଞ୍ଚୁରୀରେ ଚାରା
ରୋପଣ କରିଛନ୍ତି। ଏହି ଚାରାରୋପଣ କାର୍ଯ୍ୟକ୍ରମ ଜାତୀୟ ଅଭିଯାନ ଏକ ପେଡ ମା କେ
ନାମର ଏକ ଅଂଶ।କାର୍ଯ୍ୟକ୍ରମରେ ସ୍କୁଲ ପିଲାମାନେକେନ୍ଦ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ, ଦିଲ୍ଲୀ ସରକାରଙ୍କ ରାଜ୍ୟ ବନ ବିଭାଗର ପ୍ରତିନିଧିମାନେ
ଏବଂ ଅସୋଲା ଭଟିରେ ନିୟୋଜିତ 132ତମ ଇକୋ ଟାସ୍କ ଫୋର୍ସ
ରାଜପୁତ ରେଜିମେଣ୍ଟର ସୈନିକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଭୁପେନ୍ଦ୍ର
ଯାଦବ ଉପସ୍ଥିତ ଛାତ୍ର-ଛାତ୍ରୀ ଏବଂ ଇଟିଏଫ କର୍ମଚାରୀମାନଙ୍କୁ ସମ୍ବୋଧିତ
କରି କହିଛନ୍ତି ଯେ ପ୍ରକୃତିର ସଂରକ୍ଷଣ କରିବା ଏବଂ ସମାଜରେ ପରିବେଶ ସୁରକ୍ଷାର ଏକ ଗଣ ଆନ୍ଦୋଳନ କରିବା ଆବଶ୍ୟକ। ସମସ୍ତଙ୍କୁ ଏହି
ଆନ୍ଦୋଳନରେ ସେମାନଙ୍କର ସହଭାଗୀତା ସୁନିଶ୍ଚିତ କରିବା ଉଚିତ। ଏହି ଅବସରରେ ମନ୍ତ୍ରାଳୟ ଏବଂ
ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା