ଗୌରବ ଭାଟିଆଙ୍କ ବିରୋଧରେ ଆପତିଜନକ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେବେ- ହାଇକୋର୍ଟ
ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆ ଏକ ନ୍ୟୁଜ୍ ଚ୍ୟାନେଲରେ ସୋ ସମୟରେ କଥିତ ରୂପେ ବିନା ପ୍ୟାଂଟରେ ଉପସ୍ଥିତ ହେବାକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ଆପତିଜନକ ବିଷୟବସ୍ତୁ ହଟାଇବାକୁ ନି
ଗୌରବ ଭାଟିଆଙ୍କ ବିରୋଧରେ ଆପତିଜନକ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେବେ- ହାଇକୋର୍ଟ


ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆ ଏକ ନ୍ୟୁଜ୍ ଚ୍ୟାନେଲରେ ସୋ ସମୟରେ କଥିତ ରୂପେ ବିନା ପ୍ୟାଂଟରେ ଉପସ୍ଥିତ ହେବାକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ଆପତିଜନକ ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଜାରି କରିବେ । ଜଷ୍ଟିସ୍ ଅମିତ ବଂଶଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ଗୁରୁବାର ଶୁଣାଣି ସମୟରେ, ଗୁଗୁଲ୍ ର ପ୍ରତିନିଧିତ୍ୱ କରୁଥିବା ଓକିଲ ମମତା ରାଣୀ ଯୁକ୍ତି ବାଢ଼ିଥିଲେ ଯେ, ଆପତିଜନକ ସାମଗ୍ରୀ ହଟାଇବାର ଆଦେଶ ପ୍ରଥମେ ତାଙ୍କୁ ଦିଆଯାଉ, ଯାହାର ଇ-ମେଲ୍ ବିଶିଷ୍ଟ ଆକାଉଂଟରୁ ଏହି ପୋଷ୍ଟ କରାଯାଇଛି । ତା'ପରେ କୋର୍ଟ ପ୍ରଶ୍ନ କରିଥିଲେ ଯେ, ସେମାନେ ଏହାକୁ କିପରି ବ୍ୟବହାର କରିବେ । ମମତା ରାଣୀ ଉତର ଦେଇଥିଲେ ଯେ ସେ ୟୁଟ୍ୟୁବ ବିଷୟରେ କହୁଛନ୍ତି ।

ବାସ୍ତବରେ, ଗୌରବ ଭାଟିଆ ଉଚ୍ଚ ନ୍ୟାୟାଳୟରେ ଆବେଦନ ଦାୟର୍ କରି ଏକ ନ୍ୟୁଜ୍ ଚେନେଲର ସୋ ସମୟରେ କଥିତ ରୂପେ ବିନା ପ୍ୟାଂଟରେ ଉପସ୍ଥିତ ହେବାକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ଅପମାନଜନକ ବିଷୟବସ୍ତୁ ହଟାଇବାକୁ ଦାବି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande