ଗୌତମବୁଦ୍ଧନଗର, 25 ସେପ୍ଟେମ୍ବର (ହି.ସ.)- ଉତ୍ତର
ପ୍ରଦେଶର ଉଦ୍ୟୋଗକୁ ଏକ ବିଶ୍ୱ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ୟୁପିଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଶୋ-2025’ ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେଡ୍
ଶୋର ଉଦ୍ଘାଟନ କରିଛନ୍ତି। ଉଦ୍ୟମୀମାନଙ୍କୁ ସମ୍ବୋଧନ କରିବା ସହିତ ସେ ବିଭିନ୍ନ ଷ୍ଟଲକୁ ଯାଇ
ଦେଖିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ଅତିଥିଯୋଗ୍ୟ ସ୍ୱାଗତ କରିଥିଲେ ଓ ତାଙ୍କୁ ଫିରୋଜାବାଦ ଶିଳ୍ପୀମାନଙ୍କ ଦ୍ୱାରା ତିଆରି ମା ଦୁର୍ଗାଙ୍କ କାଚର ପ୍ରତିମା
ଉପହାର ଦେଇଥିଲେ।
ଏହି ପ୍ରଦର୍ଶନୀ ଏକ୍ସପୋ
ମାର୍ଟର 10ଟି ହଲ୍ରେ ଚାଲିଛି। ପ୍ରାୟ 2500 କମ୍ପାନୀ ତାଙ୍କ ସେବା ସହିତ ସମ୍ପୃକ୍ତ ଷ୍ଟଲ
ଲଗାଇ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି।
ଟ୍ରେଡ ସୋକୁ ଦେଶ-ବିଦେଶରୁ
ବହୁ ସଂଖ୍ୟାର କ୍ରେତା ଆସୁଛନ୍ତି । ଉଦ୍ଘାଟନ ସମୟରେ ସାଂସଦ ଡା. ମହେଶ ଶର୍ମା,
ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦୀ,
ରାକେଶ ସଚାନ ସହିତ ଉତ୍ତର ପ୍ରଦେଶର ଅନେକ ମନ୍ତ୍ରୀ,
ସାଂସଦ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା