ନୂଆଦିଲ୍ଲୀ, 25 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଗସ୍ତ ପରେ ରାଜଧାନୀ ଦିଲ୍ଲୀର ଆଲିଶାନ
‘ଭାରତ ମଣ୍ଡପମ୍’ ରେ ୱାର୍ଲ୍ଡ ଫୁଡ୍
ଇଣ୍ଡିଆ-2025 ର ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ମୋଦି ସନ୍ଧ୍ୟା ପ୍ରାୟ 6:15 ରେ ‘ଭାରତ ମଣ୍ଡପମ୍’
ରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ଓ ସେଠାରେ
ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରିବେ। ଭାରତ ସରକାରଙ୍କ ପତ୍ର ଓ ସୂଚନା କାର୍ଯ୍ୟାଳୟ ଏହି
କାର୍ଯ୍ୟକ୍ରମ ବିଷୟରେ ଏକ ବିଜ୍ଞପ୍ତି ମାଧ୍ୟମରେ ତାର ୱେବସାଇଟ ଓ ଭାରତୀୟ ଜନତା ପାର୍ଟିତାର ଏକ୍ସ ହ୍ୟାଣ୍ଡେଲ୍ରେ ସୂଚନା ଦେଇଛି ।
ପିଆଇବିର ବିଜ୍ଞପ୍ତି
ଅନୁସାରେ, ଏହି କାର୍ଯ୍ୟକ୍ରମର ସମାପନ 28 ସେପ୍ଟେମ୍ବରରେ
ହେବ। ଏହି ଅବସରରେ ଭାରତର ଖାଦ୍ୟ ପ୍ରୋସେସିଂ କ୍ଷେତ୍ର, ସ୍ଥାୟୀ ଓ ପୌଷ୍ଟିକ
ଖାଦ୍ୟ ଉତ୍ପାଦନ ଏବଂ ଜୈବିକ ଖାଦ୍ୟ ଅଂଶରେ ଭାରତର ଶକ୍ତିର ପ୍ରଦର୍ଶନ କରାଯିବ।
ୱାର୍ଲ୍ଡ ଫୁଡ୍ ଇଣ୍ଡିଆ-2025 ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଉଦ୍ୟମ
ଔପଚାରିକିକରଣ ଯୋଜନା ଅନ୍ତର୍ଗତ ଖାଦ୍ୟ ପ୍ରୋସେସିଂ କ୍ଷେତ୍ରରେ 2,510 କୋଟି ଟଙ୍କା ଠାରୁ ଅଧିକ ମୂଲ୍ୟର ସୂକ୍ଷ୍ମ ପ୍ରକଳ୍ପ ପାଇଁ ପ୍ରାୟ 26,000 ଲାଭାନ୍ବିତ ଉଦ୍ୟମୀଙ୍କୁ 770 କୋଟି ଟଙ୍କା ଠାରୁ ଅଧିକ ଋଣ
ଆଧାରିତ ସହାୟତା ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା