ଲକ୍ଷ୍ନୌ, ୨୮ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମହାସଚିବ ଦତାତ୍ରେୟ ହୋସବାଲେ ଅକ୍ଟୋବର ୧ ତାରିଖରେ ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଗୋମତୀ ନଗରରେ ଥିବା ଭାଗୀଦାରୀ ଭବନ ସଭାଗୃହରେ ରାଷ୍ଟ୍ରଧର୍ମ ପତ୍ରିକା ଦ୍ୱାରା ପ୍ରକାଶିତ ଆରଏସଏସ ର ୧୦୦ ବର୍ଷର ଚିନ୍ତନ ଯାତ୍ରା ବିଶେଷାଙ୍କ ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ସେଠ୍ ଏମ.ଆର. ଜୟପୁରିଆ ସ୍କୁଲର ଉପାଧ୍ୟକ୍ଷ ଅଞ୍ଜଳି ଜୟପୁରିଆ । ରାଷ୍ଟ୍ରଧର୍ମର ପରିଚାଳନା ସମ୍ପାଦକ ଡଃ. ପବନ ପୁତ୍ର ବାଦଲ ରବିବାର ଏହି ସୂଚନା ପ୍ରଦାନ କରିଛନ୍ତି ।
ସେ କହିଛନ୍ତି ଯେ, ଥାରୁ ସମ୍ପ୍ରଦାୟର ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରୁଥିବା ଆରତୀ ରାଣା ଏକ ସ୍ୱତନ୍ତ୍ର ଅତିଥି ଭାବରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଡଃ. ପବନ ପୁତ୍ର ବାଦଲ କହିଛନ୍ତି ଯେ, ଏହି ବିଶେଷାଙ୍କରେ ସଂଘର ୧୦୦ ବର୍ଷର ବିଭିନ୍ନ ମାଇଲଖୁଂଟ ଉପରେ ଲେଖା ପ୍ରକାଶିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ