ମୁମ୍ବାଇ, ୨୮ ସେପ୍ଟେମ୍ବର (ହି.ସ.)- ରବିବାର ସକାଳ ଠାରୁ ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ପ୍ରଶାସନ ସତର୍କ ରହିଛି । ଜିଲ୍ଲା କଲେକ୍ଟର କିଶନ ଜାୱାଲେ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଯିବାକୁ ଏବଂ ନାଗରିକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।
ରାୟଗଡ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସୂତ୍ରରୁ ରବିବାର କୁହାଯାଇଛି ଯେ, ଜିଲ୍ଲାରେ ସକାଳ ଠାରୁ ପ୍ରବଳ ବର୍ଷା ହେଉଛି, ଯାହା ଫଳରେ ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତୀୟ ପାଣିପାଗ ବିଭାଗ ଆଗାମୀ ତିନି ଦିନ ପାଇଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦେଇଛି । ଏହାକୁ ଦୃଷ୍ଟିରେ ରଖି, ଜିଲ୍ଲା ମାଜିଷ୍ଟ୍ରେଟ କିଶନ ଜାୱାଲେ ଆଜି ସମ୍ପୃକ୍ତ ଅଧିକାରୀଙ୍କ ଏକ ଜରୁରୀକାଳୀନ ବୈଠକ ଡାକି ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଉପକୂଳବର୍ତୀ ଅଂଚଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ଏବଂ ଲୋକମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ