ଲେହ ସହରରେ ରବିବାର ଲଗାତର ପଂଚମ ଦିନରେ କର୍ଫ୍ୟୁ ଜାରି
ଲେହ, 28 ସେପ୍ଟେମ୍ବର (ହି.ସ.)- ହିଂସାପ୍ରଭାବିତ ଲେହ୍ ସହରରେ ରବିବାର ପଞ୍ଚମ ଦିନ ଧରି ଲଗାତାର କର୍ଫ୍ୟୁ ଜାରି ରହିଛି। ଉପରାଜ୍ୟପାଳ କବିନ୍ଦ୍ର ଗୁପ୍ତା କର୍ଫ୍ୟୁରେ କୋହଳ କରିବା ବିଷୟରେ ନିଷ୍ପତ୍ତି ନେବା ପାଇଁ ସୁରକ୍ଷା ସମୀକ୍ଷା ବୈଠକ କରିବେ। ଲେହ ସର୍ବୋଚ୍ଚ ନିକାୟ ଦ୍ୱାରା
ଲେହ ସହରରେ ରବିବାର ଲଗାତର ପଂଚମ ଦିନରେ କର୍ଫ୍ୟୁ ଜାରି


ଲେହ, 28 ସେପ୍ଟେମ୍ବର (ହି.ସ.)- ହିଂସାପ୍ରଭାବିତ ଲେହ୍ ସହରରେ ରବିବାର ପଞ୍ଚମ ଦିନ ଧରି ଲଗାତାର କର୍ଫ୍ୟୁ ଜାରି

ରହିଛି। ଉପରାଜ୍ୟପାଳ କବିନ୍ଦ୍ର ଗୁପ୍ତା କର୍ଫ୍ୟୁରେ କୋହଳ କରିବା ବିଷୟରେ ନିଷ୍ପତ୍ତି ନେବା

ପାଇଁ ସୁରକ୍ଷା ସମୀକ୍ଷା ବୈଠକ କରିବେ।

ଲେହ ସର୍ବୋଚ୍ଚ ନିକାୟ ଦ୍ୱାରା ଲଦ୍ଦାଖକୁ ରାଜ୍ୟର ମାନ୍ୟତା ଦେବା ଓ ଷଷ୍ଠ ଅନୁସୂଚୀ

ବିସ୍ତାର କରିବା ଦାବୀରେ କେନ୍ଦ୍ର ସରକାର ସହ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ଡକାଯାଇଥିବା

ବନ୍ଦ ସମୟରେ ବ୍ୟାପକ ବିରୋଧ ପ୍ରଦର୍ଶନ ହେବା ପରେ ବୁଧବାର ସନ୍ଧ୍ୟାରୁ କର୍ଫ୍ୟୁ ଘୋଷଣା

କରାଯାଇଥିଲା। ଶନିବାର ଦିନ ସହରରେ ପ୍ରଥମଥର ପାଇଁ ଚରଣବଦ୍ଧ ଭାବରେ 4 ଘଣ୍ଟିଆ ଛାଡ଼ ଦିଆଯାଇଥିଲା

ଓ ଏହି ଅବଧି ଶାନ୍ତିପୂର୍ଣ୍ଣ ଥିଲା। ବୁଧବାରରେ ହୋଇଥିବା ହିଂସା ଘଟଣାରେ 4 ଜଣ ମୃତ୍ୟୁବରଣ

କରିଥିଲେ ଓ ଅନେକ ଲୋକ ଆହତ ହୋଇଥିଲେ। ଏହି ଦଙ୍ଗାରେ ଅଭିଯୋଗ ଅନୁଯାୟୀ ଲିପ୍ତ ଥିବା ପାଇଁ 50ରୁ

ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପରିବେଶ କର୍ମୀ ସୋନମ୍ ବାଙ୍ଗଚୁକଙ୍କୁ ମଧ୍ୟ ରାଷ୍ଟ୍ରୀୟ

ସୁରକ୍ଷା ଆଇନଅନୁସାରେ ଗିରଫ କରାଯାଇ ରାଜସ୍ଥାନର

ଜୋଧପୁର ଜେଲ୍ ରେ ରଖାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande