ନୂଆଦିଲ୍ଲୀ, 28 ସେପ୍ଟେମ୍ବର (ହି.ସ)- ରାଷ୍ଟ୍ରୀୟ ସ୍ୱଯଂସେବକ ସଂଘ ବିଜୟାଦଶମୀ ଅବସରରେ
ଏହାର ସ୍ଥାପନାର 100 ବର୍ଷ ପୂର୍ଣ୍ଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଏଥର ତାଙ୍କ ମାସିକ
ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'
ରେ
ବିଶେଷ ଭାବେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ,
ସଂଘର
ସ୍ଥାପନା ଦେଶକୁ ବିଚାରଧାରାଗତ ଦାସତ୍ୱରୁ ବଞ୍ଚାଇବା ପାଇଁ ହୋଇଥିଲା। ସଂଘର ସ୍ୱୟଂସେବକମାନେ
ରାଷ୍ଟ୍ର ପ୍ରଥମ ର ଭାବନା ସହିତ ଦେଶ ଓ ସମାଜ ଉପରେ ଆସୁଥିବା ସମସ୍ତ ସଙ୍କଟ
ସମୟରେ ନିଜର ଭୂମିକା ନିଭାନ୍ତି।
ମନ କି ବାତ' ର 126ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଂଘର
ଏହି ଏକ ଶତାବ୍ଦୀର ଯାତ୍ରା ଯେତେ ଅଦ୍ଭୁତ ଓ ଅଭୂତପୂର୍ବ, ସେତେ
ପ୍ରେରଣାଦାୟକ।
ପରମ ପୂଜ୍ୟ ଡ଼. କେଶବ ବଳିରାମ ହେଡ଼ଗେୱାର ଜୀ 1925 ମସିହାରେ ବିଜୟାଦଶମୀର ପବିତ୍ର
ଅବସରରେ 'ରାଷ୍ଟ୍ରୀୟ ସ୍ୱଯଂସେବକ ସଂଘ' ର ସ୍ଥାପନା କରିଥିଲେ।
ଡ଼ାକ୍ତର ସାହେବଙ୍କ ପରେ ପରମ ପୂଜ୍ୟ ଗୁରୁଜୀ ଏହି ରାଷ୍ଟ୍ର ସେବାର ମହାଯଜ୍ଞକୁ ଆଗକୁ
ବଢ଼ାଇଥିଲେ।
ସେ କହିଛନ୍ତି ଯେ, ପରମ ପୂଜ୍ୟ ଗୁରୁଜୀ ସର୍ବଦା କହୁଥିଲେ –
“ରାଷ୍ଟ୍ରାୟ
ସ୍ୱାହା, ଇଦଂ ରାଷ୍ଟ୍ରାୟ, ଇଦଂ ନ ମମ”
– ଅର୍ଥାତ୍,
“ଏହା
ମୋର ନୁହେଁ, ଏହା ରାଷ୍ଟ୍ରର।”
ଏହି ବାକ୍ୟରେ ନିଜ ସ୍ୱାର୍ଥକୁ ଛାଡ଼ି ରାଷ୍ଟ୍ର ପାଇଁ ସମର୍ପଣର ଭାବନା ରହିଛି। ଗୁରୁଜୀ
ଗୋଲୱାରକର ଜୀଙ୍କ ଏହି ବାକ୍ୟ ଲକ୍ଷ୍ୟ ଲକ୍ଷ୍ୟ ସ୍ୱୟଂସେବକଙ୍କୁ ତ୍ୟାଗ ଓ ସେବାର ପଥ ଦେଖାଇଛି।
ସେ କହିଛନ୍ତି ଯେ, ଦେଶର କେଉଁଠି ପ୍ରାକୃତିକ ବିପର୍ଯ୍ୟୟ
ହେଉ, ସଂଘର ସ୍ୱୟଂସେବକମାନେ ସବୁଠୁ ପ୍ରଥମେ ସେଠାରେ ପହଁଚନ୍ତି। ଲକ୍ଷ୍ୟ
ଲକ୍ଷ୍ୟ ସ୍ୱୟଂସେବକଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟ ଓ ପ୍ରୟାସରେ ରାଷ୍ଟ୍ର ପ୍ରଥମ
ଏହି ଭାବନା ସଦା ଶ୍ରେଷ୍ଠ ଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା