ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଚନ୍ଦକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 126 ତମ ମନ କି ବାତ
କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ସେ
ବିଦେଶୀ ଦ୍ରବ୍ୟ ଛାଡ଼, ସ୍ବଦେଶୀ ଜିନିଷ ବ୍ୟବହାର କରିବାକୁ ବିଜେପି କର୍ମୀଙ୍କୁ ଶପଥ ପାଠ
କରାଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ କହିଛନ୍ତି
ଦେଶ ଆତ୍ମ ନିର୍ଭର ପାଇଁ ସ୍ବଦେଶୀ ଆନ୍ଦୋଳନକୁ ଆଗକୁ ବଢାଯିବ ।
ସେପ୍ଟେମ୍ବର 25 ରୁ 3 ମାସ ପର୍ଯ୍ୟନ୍ତ ଚାଲିବ ବିଜେପିର ଆତ୍ମ
ନିର୍ଭର ଭାରତ କାର୍ଯ୍ୟକ୍ରମ । ଏବେ ପକ୍ଷ ପାଳନ ଚାଲିଥିବା ବେଳେ ସ୍ୱଚ୍ଛ ଭାରତ ଭଳି ମା ପାଇଁ ଗଛଟିଏ
କାର୍ଯ୍ୟକ୍ରମ ବଡ଼ ଆନ୍ଦୋଳନରେ ପରିଣତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା