ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) ନୂଆପଡା ଉପନିର୍ବାଚନ ରେ ଘାସିରାମ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ।
ସେ କହିଛନ୍ତି ଯେ ୫୦ ହଜାର ଭୋଟ ଘାସିରାମ ମାଝୀ ପୂର୍ବ ନିର୍ବାଚନରେ ପାଇଥିଲେ । ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ୧୫ ହଜାର ଭୋଟ ପାଇଥିଲେ। ଏହା କଂଗ୍ରେସ ଭୋଟ। ବିଜେଡି ୬୨ ହଜାର ଭୋଟ ପାଇ ନିର୍ବାଚନ ଜିତିଥିଲା। କିନ୍ତୁ ୬୫ ହଜାର ଭୋଟ ଆମ ଖାତାରେ ଅଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ନୂଆପଡା ଉପନିର୍ବାଚନ ପାଇଁ ୱାର ରୁମ ଆରମ୍ଭ ହୋଇଗଲାଣି। ୬ ଟି ଯୋନ ରେ ୬ ଟି କମିଟି ହୋଇସାରିଲାଣି। ଆସନ୍ତା ୫ , ୬ ବେଳକୁ ସେ ନିଜେ ନୂଆପଡା ଯିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ