ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ସଂଗଠନ ସହିଦ ଭଗତ ସେନା ପକ୍ଷରୁ ସହିଦ ଭଗତ ସିଂ ଙ୍କ ୧୧୮ ତମ ଜୟନ୍ତୀ ସମାରୋହ ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାର ଙ୍କର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦେଇ ସହିଦ ଭଗତ ସିଂ ଙ୍କ ସଂଗ୍ରାମ ମୟ ଜୀବନ ଓ ଦେଶ ଭକ୍ତି ଉପରେ ଆଲୋଚନା କରିଥିଲେ। ଏଥିରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଏହି ଅବସରରେ ବହୁ ପ୍ରତିଭା ଧାରୀ ବ୍ୟକ୍ତି ମାନଙ୍କୁ ଭଗତ ସେନା ପକ୍ଷରୁ ମାନପତ୍ର, ଉପ ଧୌଉକନ ଓ ମେମୋଂଟ ଦେଇ ସମର୍ଦ୍ଧିତ କରା ଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ଭଦ୍ରକରେ ବିଭିନ୍ନ ଅଂଚଳରୁ ଯୁବକ, ଯୁବତୀ ଓ ସାମାଜିକ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ। ତେବେ ଭଗତ ସିଂ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଯୁବ ସମାଜ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସେହିପରି ଆଜି ସହିଦ ଭଗତ ସିଂ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଗତ ସେନା ପକ୍ଷରୁ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଂଟନ ସହ ରକ୍ତଦାନ, ଅବସରପ୍ରାପ୍ତ ସୈନିକ ମାନଙ୍କ ପକ୍ଷରୁ ସହିଦ ଭଗତ ସିଂ ଙ୍କୁ ପ୍ରତିମୂର୍ତି ଉନେଚନ ସହ ଏକ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭଦ୍ରକ ବିଧାୟକ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ