କେନ୍ଦୁଝର, ୨୮ ସେପ୍ଟେମ୍ବର (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଶତାବ୍ଦୀ ପୂର୍ତି ଅବସରରେ ଏକ ପଥ ସଂଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଂଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବଡ଼ବିଲ ଶାଖା ପକ୍ଷରୁ ଶତାବ୍ଦୀ ପୂର୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଶାଖା ପକ୍ଷରୁ ଏକ ସଭା କାର୍ଯ୍ୟ ବଡ଼ବିଲ ଠାରେ ଆୟୋଜନ କରାଯିବା ସହ ଏକ ବିଶାଳ ରାଲି ର ଆୟୋଜନ କରାଯିବା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମକର୍ତାଙ୍କୁ ନେ଼ଇ ଏହି ରାଲି ଦେଶ ହିତ ର ବାର୍ତା ବହନ କରି ସମଗ୍ର ବଡ଼ବିଲ ସହର ପରିକ୍ରମା କରିଥିଲା। ଏହି ଅବସରରେ ବଡ଼ବିଲ ସହରର କୋଣ ଅନୁକୋଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମକର୍ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରି ଅଂଚଳର ଜନସାଧାରଣ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA