ବ୍ୟବସାୟୀ ସୁଶୀଲ ସୁବୁଦ୍ଧି ଅପହରଣ ଘଟଣାରେ ୪ ଜଣ ଗିରଫ
ଖୋର୍ଦ୍ଧା, ୨୮ ସେପ୍ଟେମ୍ବର (ହି.ସ.) - ଗତକାଲି ରାତିରେ ବାଲୁଗାଁ ଅଂଚଳର ପ୍ରତିଷ୍ଠିତ ବ୍ୟବସାୟୀ ସୁଶୀଲ ସୁବୁଦ୍ଧି ଅପହରଣ ଘଟଣାରେ ୪ ଜଣ ଗିରଫ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ନିକଟସ୍ଥ ଚାନ୍ଦପୁର ଥାନା କଟରା ପଲୀ ଗାଁ ଭିତରୁ ୪ ଅପହରଣକାରୀଙ୍କ ସହ କାରକୁ ଜବତ କରିଛି ଟାଙ୍ଗୀ ପୋଲିସ । ତେବେ ଲୁଟ ହ
ଅପହରଣ


ଖୋର୍ଦ୍ଧା, ୨୮ ସେପ୍ଟେମ୍ବର (ହି.ସ.) - ଗତକାଲି ରାତିରେ ବାଲୁଗାଁ ଅଂଚଳର ପ୍ରତିଷ୍ଠିତ ବ୍ୟବସାୟୀ ସୁଶୀଲ ସୁବୁଦ୍ଧି ଅପହରଣ ଘଟଣାରେ ୪ ଜଣ ଗିରଫ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ନିକଟସ୍ଥ ଚାନ୍ଦପୁର ଥାନା କଟରା ପଲୀ ଗାଁ ଭିତରୁ ୪ ଅପହରଣକାରୀଙ୍କ ସହ କାରକୁ ଜବତ କରିଛି ଟାଙ୍ଗୀ ପୋଲିସ । ତେବେ ଲୁଟ ହୋଇଥିବା ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କାକୁ ପୋଲିସ ଏ ପର୍ଯ୍ୟନ୍ତ ଉଦ୍ଧାର କରି ପାରିନାହିଁ। ପ୍ରକାଶ ଥାଉକି ଗତକାଲି ରାତି ସାଢେ ଏଗାର ବେଳେ ସୁଶୀଲ ବାଲୁଗାଁ ଆଇଡିବିଆଇ ବ୍ୟାଙ୍କ ତଳେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଏକ ସ୍କୁଟି ଡ଼ିକିରେ ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ପାଟଣା ସାହି ସ୍କୁଲ ନିକଟରେ ଏକ କାରରେ କିଛି ଦୁର୍ବୁତ ଆସି ସୁଶୀଲଙ୍କୁ ଅପହରଣ କରି ନେଇଯାଇଥିଲେ ଏବଂ ସ୍କୁଟି ମଧ୍ୟ ନେଇଯାଇଥିଲେ। ଘଟଣାସ୍ଥଳରେ ସୁଶୀଲଙ୍କ ଚପଲ ପଡିଥିବା ବେଳେ ବର୍ତମାନ ତାଙ୍କ ପରିବାରବର୍ଗ ବାଲୁଗାଁ ଥାନାରେ ଏତଲା ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande