ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି
କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ
ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।
ସେ କହିଛନ୍ତି ଯେ, ଗତକାଲି କେବଳ 3
ବ୍ଲକ
ହେଡ଼କ୍ଵାଟରରେ 50 ମିଲିମିଟରବର୍ଷା ହୋଇଛି । ବର୍ଷାର ପ୍ରଭାବ କମିଛି. ସବୁ ନଦୀ ବିପଦ ସଂକେତ ତଳେ
ଅଛି. ହୀରାକୁଦରେ 2.28 ଲକ୍ଷ କ୍ୟୁସେକଜଳ ପ୍ରବେଶ ଓ 1.32 ଲକ୍ଷ କ୍ୟୁସେକ ଜଳ 6
ଗେଟ
ଦେଇ ନିଷ୍କାସନ ହେଉଛି. 855
କ୍ୟୁମେକରେଙ୍ଗାଲି ଜଳଭଣ୍ଡାରକୁ ପ୍ରବେଶ କରି 803 କ୍ୟୁମେକଜଳ ନିଷ୍କାସନ ହେଉଛି. ଜଳ ଭଣ୍ଡାର
ଗୁଡିକରେ ଜଳ ଧାରଣ କ୍ଷମତା ଅଛି । ମୁଣ୍ଡଳୀରେ
ବି ପାଣି କମୁଛି. କିଛି ଦିନରେ ସ୍ୱାଭାବିକ ହୋଇଯିବ । ଏହାର ଶାଖା ନଦୀ ବଢ଼ିକି କମିବ । ଆଇଏମଡି ଆଗକୁ ଥିବା
ଲଘୁଚାପ ନେଇ ଆକଳନ କରିବା ପରେ ଜଳ ସମ୍ପଦ ବିଭାଗ ସମୀକ୍ଷା କରିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ