କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ କଡା ସମାଲୋଚନା କଲେ ପିସିସି ସଭାପତି
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ । ଓଡ଼ିଶାରେ କଂଗ୍ରେସ ବଢୁଥିବା ଦେଖି
କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ କଡା ସମାଲୋଚନା     କଲେ ପିସିସି ସଭାପତି


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ ହେବ ବୋଲି

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ କଡା ଭାଷାରେ ସମାଲୋଚନା

କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ । ଓଡ଼ିଶାରେ କଂଗ୍ରେସ ବଢୁଥିବା ଦେଖି

ଡ଼ରିଯାଇ ଏଭଳି ମନ୍ତବ୍ୟ ଦେଇଥିବା ସେ ପ୍ରକାଶ କରିଛନ୍ତି ।

ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ କଂଗ୍ରେସ ପ୍ରତି

ପ୍ରଧାନମନ୍ତ୍ରୀଙ୍କ ଭୟ ଏହି ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି । ଯେଉଁଥିପାଇଁ କଂଗ୍ରେସ

ବିରୋଧରେ ଓଡ଼ିଶାରେ ଆସି କହିବାକୁ ପଡୁଛି। ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିବ ଏହା ସ୍ପଷ୍ଟ

ହୋଇଯାଇଛି। ଓଡ଼ିଶାବାସୀ ଏହା ବୁଝୁଛନ୍ତି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ, ଜିଲ୍ଳାପାଳ କାର୍ଯ୍ୟାଳୟ ଘେରାଉ, ବିଧାନସଭା ଘେରାଉ ଓ ଓଡିଶା ବନ୍ଦରେ

ଲୋକଙ୍କ ସମର୍ଥନ କେତେ ତାହା ଜଣାପଡିଯାଇଛି। ଯାହାକୁ ନେଇ ବିଜେପି ଆତଙ୍କିତ ବୋଲି ସେ କହିଛନ୍ତି

ସେ କହିଛନ୍ତି ଯେ, ରାଜ୍ୟରେ ତାଙ୍କ ଶାସନ ଉପରେ ଲୋକଙ୍କ ବିତୃଷ୍ନା ଭାବ ଆସିଗଲାଣି।

କଂଗ୍ରେସ ଆସିଲେ ଲୁଟି ଖାଇବା କଥା ଯାହା କୁହାଗଲା ଏବେ ବିଜେପି ଓ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ

ଚେକ କରାଯାଉ ବୋଲି ଦାବି କରିଛନ୍ତି ଭକ୍ତ ଦାସ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande