ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.
ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଭାରତ
ମାତାର ବୀର ସୁପୁତ୍ର, ତ୍ୟାଗ ଏବଂ ବଳିଦାନର ପ୍ରତୀକ ଅମର ଶହୀଦ
ଭଗତ ସିଂଙ୍କ ଜୟନ୍ତୀରେ ଶତ କୋଟି ପ୍ରଣାମ ଜଣାଉଛି। ଦେଶର ସ୍ୱାଧୀନତା ପାଇଁ ତାଙ୍କର ସଂଗ୍ରାମ
ଏବଂ ବଳିଦାନ ଯୁଗ ଯୁଗ ଧରି ଆମକୁ ପ୍ରେରିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା