ମୁଖୀଗୁଡା, ୨୮ ସେପ୍ଟେମ୍ବର (ହି.ସ.)- ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଡୋକରୀ ବୁଡି ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦାନ ବାକ୍ସରୁ ଟଙ୍କା ଚୋରି ହେବା ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି । ଦାନ ବାକ୍ସ ଭଙ୍ଗା ଯାଇ ଲୋକେ ଦାନ କରିଥିବା ଏକ ବର୍ଷର ଦାନ ଟଙ୍କା ନେଇଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ତାଳଗୁଡ଼ ମା ଡୋକାରୀ ବୁଡିଙ୍କ ପୀଠରେ ପ୍ରବଳ ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବାବେଳେ ଦାନ ବାକ୍ସରୁ ଟଙ୍କା ଚୋରିହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତୁରନ୍ତ ଚୋରକୁ ଧରିବା ପାଇଁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର