ଜମ୍ମୁ, 28 ସେପ୍ଟେମ୍ବର (ହି.ସ.)- ସୀମା ସୁରକ୍ଷା ବଳ ରବିବାର ଦିନ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ
ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସନ୍ଦେହଜନକ ପାକିସ୍ତାନୀ ଡ୍ରୋନ୍ ଗତିବିଧି ଦେଖାଯିବା ପରେ
ତଲାସି ଅଭିଯାନ ଆରମ୍ଭ କରିଛି।
ଅଧିକାରୀମାନେ କହିଛନ୍ତି ଯେ ସେଇ ଡ୍ରୋନ୍ ପ୍ରାତଃ 6:30 ରେ ରାମଗଢ଼ ସେକ୍ଟରର କରଲିଆନ୍
ଗାଁ ଉପରେ ବୁଲୁଥିବାର ଦେଖାଯାଇଥିଲା ଓ ତାପରେ ଗାୟବ ହୋଇଯାଇଥିଲା।
ବିଏସଏଫଯବାନମାନେ ସତର୍କ ହୋଇ ସେଇ ଗାଁ ଓ ତାହା
ସଂଲଗ୍ନ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ, ଯାହା ଦ୍ୱାରା ଏହା
ନିଶ୍ଚିତ କରାଯିବ ଯେ ସୀମା ପାରରୁ କୌଣସି ଅସ୍ତ୍ର ଅଥବା ନିଷେଧାଧୀନ ପଦାର୍ଥ ଫିଙ୍ଗାଯାଇନାହିଁ।
ଏପର୍ଯ୍ୟନ୍ତ ତଲାସି ଅଭିଯାନ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା