କରୁର ଦୁର୍ଘଟଣା- ବିଜୟଙ୍କ ରାଲିରେ ଦଳାଚକଟାରେ 38 ମୃତ, ସୁରକ୍ଷା ତ୍ରୁଟିକୁ ନେଇ ଉଠିଲା ପ୍ରଶ୍ନ
ଚେନ୍ନାଇ, 28 ସେପ୍ଟେମ୍ବର (ହି.ସ.)- ତମିଲନାଡୁର କରୂର୍ ଜିଲ୍ଲାରେ ଅଭିନେତାରୁ ନେତା ହୋଇଥିବା ଜୋସେଫ୍ ବିଜୟଙ୍କ ରାଲି ସମୟରେ ଘଟିଥିବା ଦଳାଚକଟା ଘଟଣା ସମଗ୍ର ରାଜ୍ୟକୁ ଶୋକରେ ବୁଡାଇ ଦେଇଛି। ବେଲିଚମ୍ ବେଲିଏରୁ ନାମକ ଏହି ରାଲିରେ ରବିବାର ହଠାତ୍ ଅପ୍ରୀତିକର ଅବସ୍ଥା ସୃଷ୍ଟି ହୋଇ
କରୁର ଦୁର୍ଘଟଣା- ବିଜୟଙ୍କ ରାଲିରେ ଦଳାଚକଟାରେ 38 ମୃତ, ସୁରକ୍ଷା ତ୍ରୁଟିକୁ ନେଇ ଉଠିଲା     ପ୍ରଶ୍ନ


ଚେନ୍ନାଇ, 28 ସେପ୍ଟେମ୍ବର (ହି.ସ.)- ତମିଲନାଡୁର କରୂର୍ ଜିଲ୍ଲାରେ ଅଭିନେତାରୁ ନେତା ହୋଇଥିବା ଜୋସେଫ୍ ବିଜୟଙ୍କ

ରାଲି ସମୟରେ ଘଟିଥିବା ଦଳାଚକଟା ଘଟଣା ସମଗ୍ର ରାଜ୍ୟକୁ ଶୋକରେ ବୁଡାଇ ଦେଇଛି। ବେଲିଚମ୍

ବେଲିଏରୁ ନାମକ ଏହି ରାଲିରେ ରବିବାର ହଠାତ୍ ଅପ୍ରୀତିକର ଅବସ୍ଥା ସୃଷ୍ଟି ହୋଇଥିଲା,

ଏଥିରେ

୩୮ ଜଣଙ୍କ ଜୀବନ ଯାଇଛି । ମୃତକମାନଙ୍କ ମଧ୍ୟରେ ଆଠଜଣ ଶିଶୁ ଓ ୧୬ ଜଣ ମହିଳା ଅଛନ୍ତି। ୫୦ରୁ

ଅଧିକ ଲୋକ ଏବେ ବି ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ଓ ତଦନ୍ତ କମିସନ୍

ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ୍‌ରେ

ଏହାକୁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଓ ଲେଖିଛନ୍ତି: ୩୮ ଜଣଙ୍କ

ମୃତ୍ୟୁ ସମ୍ବନ୍ଧୀୟ ଖବର ଆମ ହୃଦୟକୁ ଆଘାତ କରିଛି। ହସ୍ପିଟାଲରେ ଭର୍ତ୍ତି ସମସ୍ତଙ୍କୁ ଉତ୍ତମ

ଚିକିତ୍ସା ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଛି ।”

ସିଏମ୍ ଷ୍ଟାଲିନ୍ ଘୋଷଣା କରିଛନ୍ତି ଯେ, ମୃତକମାନଙ୍କ ପରିବାରକୁ ୧୦

ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ସେ ଅବସରପ୍ରାପ୍ତ

ହାଇକୋର୍ଟ ନ୍ୟାୟାଧୀଶ ଅରୁଣା ଜଗଦୀସନଙ୍କ ଅଧ୍ୟକ୍ଷତାରେ ଏକ ଏକାଦସୀୟ ତଦନ୍ତ କମିସନ୍ ଗଠନ

କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande