ନୂଆଦିଲ୍ଲୀ, 28 ସେପ୍ଟେମ୍ବର (ହି.ସ.)
- ଦିଲ୍ଲୀ ପୁଲିସ୍ ଦ୍ୱାରା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ
ସାରଥିଙ୍କୁ ଗତ ରାତିରେ ଆଗ୍ରାର ଏକ ହୋଟେଲରୁ ଗିରଫ୍ କରାଯାଇଛି। ତାଙ୍କ ବିରୁଦ୍ଧରେ ଆର୍ଥିକ
ଭାବେ ଦୁର୍ବଳ ଶ୍ରେଣୀ ପାଇଁ ଦିଆଯାଉଥିବା ଛାତ୍ରବୃତ୍ତିରେ ପିଜିଡିଏମକୋର୍ସ
ପଢୁଥିବା କିଛି ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ କରିବା ଅଭିଯୋଗ ହୋଇଛି।
ଦକ୍ଷିଣ ପଶ୍ଚିମ ଜିଲ୍ଲାର ପୁଲିସ୍ ଉପାୟୁକ୍ତ ଅମିତ ଗୋୟଲ୍ ରବିବାର କହିଛନ୍ତି ଯେ,
ଦିଲ୍ଲୀ
ପୁଲିସ୍ ଏହି ଅଭିଯୁକ୍ତକୁ ଆଗ୍ରାର ଏକ ହୋଟେଲରୁ ଗତ ରାତିରେ ଗିରଫ୍ କରିଛି। ପୁଲିସ୍ ଟିମ୍ ଏବେ
ଦିଲ୍ଲୀ ଫେରୁଛି ଓ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଅଦାଲତରେ ହାଜର କରାଯିବ।
ଉଲ୍ଲେଖନୀୟ ଯେ, ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ବିରୋଧରେ
ଛାତ୍ରୀମାନଙ୍କ ସହ ତଥାକଥିତ ଯୌନ ଉତ୍ପୀଡ଼ନର ଅଭିଯୋଗ ରହିଛି। ଏହି ମାମଲାରେ ପଳାୟନରତ ଥିବା ସ୍ୱାମୀଙ୍କ
ଟ୍ରଷ୍ଟ ସହିତ ସଂପୃକ୍ତ ୧୮ଟି ବ୍ୟାଙ୍କ ଖାତା ଓ ୨୮ଟି ଫିକ୍ସ୍ ଡିପୋଜିଟ୍ ଖାତାକୁ ପୁଲିସ୍
ଫ୍ରିଜ୍ କରାଇଦେଇଛି। ଏହି ଖାତାଗୁଡିକରେ ମୋଟ ଆଠ କୋଟି ଟଙ୍କା ଥିଲା। ଅଭିଯୁକ୍ତଙ୍କ ଡେବିଟ୍
ଏବଂ କ୍ରେଡିଟ୍ କାର୍ଡଗୁଡିକୁ ମଧ୍ୟ ବନ୍ଦ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା