ଆଗଲପୁରରେ ବିଶ୍ଵ ହିନ୍ଦୁ ପରିଷଦର ବୈଠକ ଅନୁଷ୍ଠିତ
ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ଆଜି ଆଗଲପୁର ଠାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ବୈଠକ ସଂପାଦକ ଘନଶ୍ୟାମ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ ଯୋଗଦେଇ ମାନବ ସମାଜକୁ ଭାରତୀୟ ସନାତନ ଧର୍
ଆଗଲପୁରରେ ବିଶ୍ଵ ହିନ୍ଦୁ ପରିଷଦର ବୈଠକ ଅନୁଷ୍ଠିତ


ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ଆଜି ଆଗଲପୁର ଠାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ବୈଠକ ସଂପାଦକ ଘନଶ୍ୟାମ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ ଯୋଗଦେଇ ମାନବ ସମାଜକୁ ଭାରତୀୟ ସନାତନ ଧର୍ମର ଅବଦାନ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ଵ ହିନ୍ଦୁ ପରିଷଦ ମାଧ୍ୟମରେ ହେଉଥିବା ସେବା ଓ ସଂସ୍କାର କାର୍ଯ୍ୟାବଳୀ ବିଷୟରେ ସୂଚନା ଦେଇଥିଲେ । ତତ୍ପରେ ସମ୍ମାନିତ ଅତିଥି ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ବଳଦେବ ବାରିକ ଆଗାମୀ ଯୋଜନା ବିଷୟରେ ଜଣାଇଥିଲେ । ଅତିଥି ପରିଚୟ କରିଥିଲେ ପ୍ରଖଣ୍ଡ ସଂଯୋଜକ ଲିଙ୍ଗରାଜ ଦଲେଇ । ବିଶ୍ଵ ହିନ୍ଦୁ ପରିଷଦର ସାଂଗଠନିକ ପ୍ରସାର କରାଯାଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଉମାକାନ୍ତ ପଟେଲଙ୍କୁ ନୂତନ ପ୍ରଖଣ୍ଡ ଉପସଭାପତି ଓ କୃଷ୍ଣ କୁମାର ମିଶ୍ରଙ୍କୁ ସହ ସତସଙ୍ଗ ପ୍ରମୁଖ ଭାବେ ମନୋନୀତ କରାଯାଇଥିଲା । ନଅଗାଁ (କ) ଓ ସାଲେଭଟା ଖଣ୍ଡର ପ୍ରମୁଖ ଭାବେ ରମେଶ ତଳିଆ ଓ ମୁକୁନ୍ଦ ନାୟକଙ୍କୁ ଦାୟିତ୍ଵ ଦିଆଗଲା । ପରେ ବିଜୟପାଣିଙ୍କୁ ନଅଗାଁ(କ), ସଂଜୟ ବେହେରାଙ୍କୁ ବୁଦୁଲା, ରସିକ ସାହୁଙ୍କୁ ଭରସୁଜା ତରଣୀସେନ ସାହୁଙ୍କୁ ଉପରବାହାଲ, ସୁବଳ ସାହୁଙ୍କୁ ଲୁହୁରାମୁଣ୍ଡା ପଞ୍ଚାୟତ ପ୍ରମୁଖ ଭାବେ ମନୋନୀତ କରାଯାଇଥିଲା । ଆଗଲପୁର ପ୍ରଖଣ୍ଡକୁ ପୂର୍ବ ଓ ପଶ୍ଚିମ ଭାଗରେ ଭାଗ କରାଯାଇ ଯଥାକ୍ରମେ ଅରବିନ୍ଦ ମେହେର ଓ ଶିବା ଦାଶଙ୍କୁ ଦାୟିତ୍ଵ ଦିଆଗଲା ।

ଅନ୍ୟମାନଙ୍କ ମଧ୍ୟରେ କମ୍ଭୁପାଣି ମହାକୁର, ରାଠୋର, ପ୍ରଭଞ୍ଜନ ବେହେରା, ଆଶିଷ ଭୁଏ, ଗୋବିନ୍ଦ ମେହେର, ଧିରେନ ବାଗ, ଚନ୍ଦନ ଠେଲା, ଶିଶୁ ବଢେଇ, ସୁଶାନ୍ତ ରଣା, ସାବୁନ ସାହୁ, ସୁମନ୍ତ ପଟ୍ଟନାୟକ, ଶୁଭମ ମେହେର, ସିଦ୍ଧାନ୍ତ ମେହେର, ପ୍ରଶାନ୍ତ ମେହେର ପ୍ରକୁଖଯୋଗଦାନ କରିଥିଲେ । ଶେଷରେ ଦୁଷ୍ମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande