କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କରଞ୍ଜିଆ ମଣ୍ଡଳର ଶତାବ୍ଦୀ ବର୍ଷ ଉଦ୍ଘାଟନୀ ଉତ୍ସବ କରଞ୍ଜିଆ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଚମ୍ପୁଆ ଖଣ୍ଡ କାର୍ଯ୍ୟବାହ ଦୁଷ୍ମନ୍ତ ମହାନ୍ତ, ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତା ତଥା କେନ୍ଦୁଝର ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ନିଳାମ୍ବର ମହାନ୍ତ ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଯୋଗ ଦେଇଥିଲେ। ଶିକ୍ଷକ ଭଗବାନ ମହାନ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସୁଶାନ୍ତ ଗୁରୁଜୀ ବ୍ୟକ୍ତିଗତ ଗୀତ ଏବଂ ଅମ୍ରୁତ ବଚନ ପାଠ କରିଥିଲେ। ବକ୍ତାମାନେ ନିଜ ଅଭିଭାଷଣରେ ହିନ୍ଦୁମାନେ ଏକତ୍ରୀତ ହୋଇ ସଂଘଠିତ ହେଲେ ଭାରତ ସୁରକ୍ଷିତ ରହିବ, ସ୍ୱଦେଶୀ ବ୍ୟବହାର ଦ୍ୱାରା ଦେଶ ସ୍ୱାବଲମ୍ବନ ହୋଇ ପାରିବ, ବିଶ୍ୱ ପର୍ଯାବରଣ, ସଂଘର କାର୍ଯ୍ୟ ଲକ୍ଷ୍ୟ, ସ୍ୱୟଂ ସେବକ ମାନଙ୍କର ଭାରତ ମାତା ପାଇଁ ସମର୍ପିତ, ଭାରତ ମାତା ପାଇଁ ସଂଘର ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ଶିହ ଶହ ସ୍ୱୟଂ ସେବକ ଗୈରିକ ଧ୍ୱଜ, ଘୋଷ୍ ଆନକ୍ ଶଙ୍ଖର ସହିତ ଶିଶୁ ବିଦ୍ୟା ମନ୍ଦିରରୁ ବାହାରି କରଞ୍ଜିଆ ବଜାର ପରିକ୍ରମା କରିଥିଲେ। ବିବିଧ କ୍ଷେତ୍ରର ସମସ୍ତ କାର୍ଯ୍ୟକର୍ତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ରତିକାନ୍ତ ବାରିକ, ଦିଲୀପ କାରୁଆ, ବିଶ୍ୱଜିତ୍ ପ୍ରଧାନ, ହରିହର ଚୌଧୁରୀ, ବ୍ରଜକିଶୋର ମହାନ୍ତ, ବିଜୟ କୁମାର ମହାନ୍ତ, କିଶୋର କୁମାର ମହାନ୍ତ, ଗୁରୁଜୀ ସତ୍ୟଜିତ ପ୍ରଧାନ, ପଦ୍ମଲୋଚନ ମହାନ୍ତ, ମନୋଜ କୁମାର ମହାନ୍ତ ସହ କାର୍ଯ୍ୟବାହ ସରୋଜ କୁମାର ମହାନ୍ତ ଏବଂ ବରିଷ୍ଠ ସ୍ୱୟଂ ସେବକ କ୍ଷେତ୍ରବାସୀ ମହାନ୍ତ, ଇନ୍ଦ୍ରଜିତ ମହାନ୍ତ, ରଂଜନ ଭାଇ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA