ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ୱରୀ ଓ ଭଗବତୀ
ସୁବର୍ଣ୍ଣପୁର, ୨୯ ସେପ୍ଟେମ୍ବର(ହି.ସ.) – ନବରାତ୍ରର ଅଷ୍ଟମ ଦିନରେ ସୋନପୁରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥାବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ମହଗୌରୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କ୍ଷ ମନ୍ଦିରରେ ନବଦିନାତ୍ମକ ଚଣ୍ଡୀ ମହାଯଜ୍ଞର
ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ ଓ ଭଗବତୀ


ସୁବର୍ଣ୍ଣପୁର, ୨୯ ସେପ୍ଟେମ୍ବର(ହି.ସ.) – ନବରାତ୍ରର ଅଷ୍ଟମ ଦିନରେ ସୋନପୁରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥାବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ମହଗୌରୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କ୍ଷ ମନ୍ଦିରରେ ନବଦିନାତ୍ମକ ଚଣ୍ଡୀ ମହାଯଜ୍ଞର ଅଷ୍ଟମ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବା ଦେବୀଙ୍କ ପୂଜାପାଠ ସୁରେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ଚଣ୍ଡୀଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଂଟନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ସହରର ସର୍ବ ପୁରାତନ ମା ଭଗବତୀଙ୍କ ପୀଠରେ ମଧ୍ୟ ମହଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ। ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ମହଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା। ଆଜି ମା’ଙ୍କ ମହଗୌରୀ ବେଶ ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ।

ମହାଗୌରୀ: ‘ମହାଗୌରୀ' ମା' ଦୁର୍ଗାଙ୍କର ଅଷ୍ଟମ ଶକ୍ତି। ଶରୀରର ବର୍ଣ୍ଣ ଗୌର ହେତୁ ତାଙ୍କର ନାମ 'ମହାଗୌରୀ’। ଶଙ୍ଖ, ଚନ୍ଦ୍ର ଓ କୁନ୍ଦପୁଷ୍ପ ସହିତ ତାଙ୍କର ଶରୀରର ବର୍ଣ୍ଣ ର ତୁଳନା କରାଯାଏ। ଶାସ୍ତ୍ରୋକ୍ତି ଅଛି ଅଷ୍ଟବର୍ଷା ଭବେଦ୍ ଗୌରୀ” ଅର୍ଥାତ୍‌-ତାଙ୍କୁ ଆଠବର୍ଷ ବୟସ ବୋଲି ମନେକରାଯାଏ। ଦେବୀ ଶ୍ୱେତବସନା ଏବଂ ଶ୍ୱେତବୃଷଭ ବାହନା। ଚତୁର୍ଭୁଜା ଏହି ଦେବୀଙ୍କର ଦକ୍ଷିଣ ଦୁଇ ଭୁଜରେ ଅଭୟ ମୁଦ୍ରା ଓ ତ୍ରିଶୂଳ ଏବଂ ବାମ ଦୁଇ ଭୁଜରେ ବରଦ ମୁଦ୍ରା ଓ ଡମ୍ବରୁ ଶୋଭାପାଏ। ଭାବଭଙ୍ଗୀରେ ଏହି ଦେବୀ ଶାନ୍ତ। 'ମହାଗୌରୀ' ନବରାତ୍ରିର ଅଷ୍ଟମ ଦିନର ଉପାସ୍ୟା ତାଙ୍କର ଶକ୍ତି ଅମୋଘ ଓ ଫଳପ୍ରଦ ତାଙ୍କର ଉପାସନା ଭକ୍ତ ଓ ସାଧକଙ୍କର ସକଳ କଳୁଷ ନାଶ କରେ କ୍ଷ ଭବିଷ୍ୟତରେ ମଧ୍ୟ ଭକ୍ତ ଓ ସାଧକଙ୍କର କୌଣସି ପାପ, ସନ୍ତାପ, ଦୁଃଖେ, ଦୈନ୍ୟ ରହେ ନାହିଁ ସେ ପର୍ବତୋ ଭାବେ ପବିତ୍ର ଓ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି। ଦେବୀଙ୍କର କୃପା ଫଳରେ ଅଲୌକିକ ସିଦ୍ଧି ଲାଭ ହୁଏ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande