ଓଡ଼ିଆ ଭାଷାରେ ସାଇନବୋର୍ଡ ଲେଖିବା ମଧ୍ୟ ବାଧ୍ୟତାମୂଳକ
ଦୈନିକ କାର୍ଯ୍ୟ ନିର୍ଘଂଟ ୯ ଘଂଟାରୁ ୧୦ ଘଂଟାକୁ ବୃଦ୍ଧି ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାମ କରିପାରିବେ ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ରେ ସଂଶୋଧନ ପାଇର୍ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କର
ଓଡ଼ିଆ ଭାଷାରେ ସାଇନବୋର୍ଡ ଲେଖିବା ମଧ୍ୟ ବାଧ୍ୟତାମୂଳକ


ଦୈନିକ କାର୍ଯ୍ୟ ନିର୍ଘଂଟ ୯ ଘଂଟାରୁ ୧୦ ଘଂଟାକୁ ବୃଦ୍ଧି

ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାମ କରିପାରିବେ

ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ରେ ସଂଶୋଧନ ପାଇର୍ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛନ୍ତି।

ଓଡିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ର ବ୍ୟବସ୍ଥାଗୁଡ଼ିକ ୨୦ କିମ୍ୱା ତଦୁର୍ଦ୍ଧ୍ୱ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ, ପରନ୍ତୁ ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ନିର୍ବିଶେଷରେ ଓଡିଆ ସାଇନ ବୋର୍ଡ ପ୍ରଦର୍ଶନ କରିବାକୁ ପଡିବ । ଦୈନିକ କାର୍ଯ୍ୟ ନିର୍ଘଂଟ ୯ ଘଂଟାରୁ ୧୦ ଘଂଟାକୁ ବୃଦ୍ଧି କରିବାକୁ ନିଷ୍ପତି ହୋଇଛି । ଏକ ପ୍ରତିଷ୍ଠାନରେ କର୍ମଚାରୀଙ୍କ କାର୍ଯ୍ୟପାଳି ଅତି କମରେ ଅଧଘଂଟାର ବ୍ୟବଧାନ ବିନା ନିରନ୍ତର ୬ ଘଂଟାରୁ ଅଧିକ ହେବନାହିଁ ।ତ୍ରୈମାସିକ ଓଭର ଟାଇମ କାର୍ଯ୍ୟସୀମା ୧୪୪ ଘଂଟାକୁ ବୃଦ୍ଧି କରାଯାଇଛି। କୌଣସି ପ୍ରତିଷ୍ଠାନରେ ଜଣେ କର୍ମଚାରୀ କୌଣସି ଦିନରେ ୧୦ ଘଂଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଂଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଏପରି ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦ୍ୱିଗୁଣିତ ମଜୁରି ପାଇବାକୁ ହକଦାର ହେବେ । ପ୍ରତିଷ୍ଠାନ ଗୁଡିକ ଦିନରାତି ୨୪ ଘଂଟା ଏବଂ ବର୍ଷକୁ ୩୬୫ ଦିନ ଖୋଲା ରହି ପାରିବ । ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀ ମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତ୍ରିରେ ନିୟୋଜିତ କରାଯାଇପାରିବ ।

ଏହି ସଂସ୍କାର ଗୁଡିକ ରାଜ୍ୟରେ ନୂତନ ଶିଳ୍ପ ଏବଂ ନିବେଶକୁ ଆକର୍ଷିତ କରିବ, କାରଖାନା ଗୁଡିକୁ ସର୍ବୋଚ୍ଚ ଚାହିଦା ପୂରଣ କରିବାରେ ସକ୍ଷମ କରିବ ଏବଂ ଉତ୍ପାଦକତା ବୃଦ୍ଧି କରିବ । ଏହା ଅଧିକ ଓଭର ଟାଇମ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ । ଭାରତ ସରକାରଙ୍କ ନିୟନ୍ତ୍ରଣ ମୁକ୍ତି ବା ଡି-ରେଗୁଲେସନ ପଦକ୍ଷେପର ପ୍ରାଥମିକତା କ୍ଷେତ୍ରରେ ପ୍ରସ୍ତାବିତ ଏହି ଅନୁମୋଦିତ ସଂଶୋଧନ ପ୍ରସ୍ତାବ ଗୁଡିକ ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ଦ୍ରୁତ ବ୍ୟବସାୟୀକରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରିବ, ଯାହା କି ଆମକୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଢିବାରେ ସାହାଯ୍ୟ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande