ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ୍ ମଂଜୁରୀ
ପଂଚାୟତରେ ଖୋଲିବ ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ଗ୍ରାମପଂଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ତିନି ବର୍ଷ (୨୦୨୫-୨୬ ରୁ ୨୦୨୭-୨୮ ) ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ଗୋଟି
ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ୍ ମଂଜୁରୀ


ପଂଚାୟତରେ ଖୋଲିବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ଗ୍ରାମପଂଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି।

ତିନି ବର୍ଷ (୨୦୨୫-୨୬ ରୁ ୨୦୨୭-୨୮ ) ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ଗୋଟି ମଡେଲ ସ୍କୁଲ ନିର୍ମାଣ ପାଇଁ ମୋଟ ଆର୍ôଥକ ବ୍ୟୟ ଅଟକଳ ୧୨,୦୦୦ କୋଟି ଟଙ୍କା ଅଟେ । ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ଖର୍ଚ ପ୍ରାୟ ୫ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ, ପ୍ରତ୍ୟେକ ସ୍କୁଲ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ ।

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶାରେ ଏକ ଅନ୍ତର୍ଭୁକ୍ତି ମୂଳକ ଏବଂ ଗୁଣାତ୍ମକ ଶିକ୍ଷା ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ, ସମାନ ଶିକ୍ଷା ସୁଯୋଗ ଏବଂ ପ୍ରତ୍ୟେକ ପିଲାର ମୌଳିକ ସଶକ୍ତିକରଣ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଦିଗ ରେ ଅଭିପ୍ରେତ ।

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ଲକ୍ଷ୍ୟ ହେଉଛି ଶିକ୍ଷା ଅଧିକାର ଆଇନ, ୨୦୦୯ ର ଉଦ୍ଦେଶ୍ୟ ସହିତ ସମନ୍ୱୟ ରକ୍ଷା କରିବା ସହ ଅନ୍ତର୍ଭୁକ୍ତି ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱାରୋପ କରି ଗ୍ରାମ ପଞ୍ଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande