ଘଟଗାଁ ମା ତାରିଣୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୧୪୬ କୋଟି ଟଙ୍କା
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - କେନ୍ଦୁଝର ଘଟଗାଁ ଠାରେ ଥିବା ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ୱିକ ବିକାଶ ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି ।ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ୱିକ ବିକାଶ ଦ୍ୱାରା ଭକ୍ତମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ। ଏହି ବିକାଶର ଫଳସ୍ୱରୂପ
ଘଟଗାଁ ମା ତାରିଣୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ୧୪୬ କୋଟି ଟଙ୍କା


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - କେନ୍ଦୁଝର ଘଟଗାଁ ଠାରେ ଥିବା ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ୱିକ ବିକାଶ ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି ।ମା ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ୱିକ ବିକାଶ ଦ୍ୱାରା ଭକ୍ତମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ। ଏହି ବିକାଶର ଫଳସ୍ୱରୂପ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ହେବ । ରାଜ୍ୟ କ୍ୟାବିନେଟ୍ ଏଥିପାଇଁ ୧୪୬ କୋଟି ଟଙ୍କା ମୂଲ୍ୟର ସର୍ବନିମ୍ନ ଟେଣ୍ଡର (ଜି.ଏସ୍‌.ଟିକୁ ବାଦ୍ ଦେଇ) ମେସର୍ସ ଦିଲ୍ଲୀପ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ସପକ୍ଷରେ ଅନୁମୋଦନ କରିଛନ୍ତି ।୫୯.୨୦୬ ଏକର ପରିମିତ ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ୨୪ ମାସ ଭିତରେ ସଂମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି।

ଏହି ବିକାଶ କାର୍ଯ୍ୟ ପାଇଁ ସମୁଦାୟ ୨୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଠାରେ ଭକ୍ତଙ୍କ ସୁବିଧା ପାଇଁ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ , ତୀର୍ଥ ଯାତ୍ରୀ କେନ୍ଦ୍ର , ଇଂଟରପ୍ରିଟେସନ୍ ସେଂଟର , ଫୁଡ୍ ପ୍ଲାଜା ଏମଂ ୱାଚ୍ ଟାୱାର , ମାର୍କେଟ୍ କ୍‌ମ୍ପେ୍ଲକ୍ସ , ନଡ଼ିଆ ଭଣ୍ଡାର ଓ ପ୍ରସାଦ ସେବନ ପ୍ରକୋଷ୍ଠ (୫୦୦ ଜଣ ବସିଲା ଭଳି) ଏବଂ ଜିନିଷ ରଖିବା ଘର କରାଯିବ।

ଏହି ସବୁ କାର୍ଯ୍ୟ ସମାପ୍ତ ହେଲା ପରେ, ଘଟ ଗାଁ ସ୍ଥିତ, ମାଙ୍କ ପୀଠ, ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଗଣିତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande