ଦୁର୍ଗାପୂଜା ଅବସରରେ ଧାମନଗର କଲେଜର ଏନଏସଏସ ସ୍ପେଶାଲ କ୍ୟାମ୍ପ ଉଦଘାଟିତ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟର +୩ ଜାତୀୟ ସେବା ଯୋଜନା ଏନଏସଏସ ୟୁନିଟ୍ ଦ୍ୱାରା ଆୟୋଜିତ ସାତଦିନିଆ ଦୁର୍ଗାପୂଜା ସ୍ପେଶାଲ କ୍ୟାମ୍ପ ରବିବାର ପୋଷ୍ୟଗ୍ରାମ ନନ୍ଦିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି। ଉଦଘାଟନୀ ଅବସରରେ ମହାବିଦ୍ୟାଳୟ ଅଧ
DHAMNAGAR COLLEGE NSS SPECIAL CAMP


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟର +୩ ଜାତୀୟ ସେବା ଯୋଜନା ଏନଏସଏସ ୟୁନିଟ୍ ଦ୍ୱାରା ଆୟୋଜିତ ସାତଦିନିଆ ଦୁର୍ଗାପୂଜା ସ୍ପେଶାଲ କ୍ୟାମ୍ପ ରବିବାର ପୋଷ୍ୟଗ୍ରାମ ନନ୍ଦିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି। ଉଦଘାଟନୀ ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ କୁମାର ବେଜ ସଭାପତିତ୍ୱ କରି “ଛାତ୍ରଜୀବନରେ ସେବା, ପରୋପକାର ଓ ସମାଜସେବା ହେଉଛି ଜୀବନର ଅବିଛିନ୍ନ ଅଂଶ ଏନଏସଏସ ଏହି ମୂଲ୍ୟବୋଧକୁ ପ୍ରାଣବନ୍ତ କରିଥାଏ। ସ୍ଥାନୀୟ ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ ପ୍ରିୟରଞ୍ଜନ ସାମଲ ଏନଏସଏସ ର ଉତ୍ପତି, ଇତିହାସ ଓ ଛାତ୍ରଜୀବନରେ ଏହାର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ୱାର୍ଡ ମେମ୍ବର ବାସନ୍ତୀ ବେହେରା, ବରିଷ୍ଠ ନାଗରିକ ଧନେଶ୍ୱର ନାଏକ, ମହାବିଦ୍ୟାଳୟର ଅଧ୍ୟାପକ ଚିନ୍ମୟ ଜେନା, ଅଧ୍ୟାପିକା ଗୀତାଞ୍ଜଳି ଦେବତା, କର୍ମଚାରୀ ଜିଜ୍ଞାସୁ ଦାଶ ଓ ଅବସରପ୍ରାପ୍ତ କର୍ମଚାରୀ ରାମଚନ୍ଦ୍ର ବେହେରା ମଧ୍ୟ ସଭାକୁ ସମ୍ବୋଧିତ କରି “ସେବା ହିଁ ପରମ ଧର୍ମ ବୋଲି ଉଲ୍ଲେଖ କରିଥିଲେ। ପ୍ରୋଗ୍ରାମ ଅଫିସର ଡ. ମନୋଜ କୁମାର କର ଏନଏସଏସ ସ୍ୱେଚ୍ଛାସେବୀ ହେବାର ସୁଫଳ, ସମାଜ ସେବା ମାଧ୍ୟମରେ ବ୍ୟକ୍ତିଗତ ଉନ୍ନତି ଓ ଦାୟିତ୍ୱବୋଧ ବୃଦ୍ଧି ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ।ଶିବିରର ପ୍ରଥମ ଦିନରେ ୪୬ ଜଣ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଯୋଗଦାନ କରିଥିଲେ। ପୂର୍ବତନ ସ୍ୱେଚ୍ଛାସେବୀ ଭାଗିରଥି ମାଝୀ ଓ ଅନ୍ୟମାନଙ୍କର ସହଭାଗୀତା ଶିବିରକୁ ଆଉ ଉତ୍ସାହିତ କରିଥିଲା।ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ସମୁଦାୟଭାବେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଅଧ୍ୟାପକ ଚିନ୍ମୟ ଜେନା ଧନ୍ୟବାଦ ଜଣାଇ ସଭାର ସମାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande