ଗଞ୍ଜାମ, ୨୯ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଦଶହରା ସତର୍କତା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଜନ ଗହଳିକୁ ଯାଆନ୍ତୁ ନାହିଁ, ପିଲାଙ୍କ ହାତ ଛାଡନ୍ତୁ ନାହିଁ, ନିଜେ ଓ ପିଲାଙ୍କୁ ବାହାର ଖାଦ୍ୟ ଖୁଆନ୍ତୁ ନାହିଁ। ମେଢ଼ ନିକଟରେ ଶତାଧିକ ଦୀପ ଜଳାଉଛନ୍ତି ବସ୍ତ୍ର ପ୍ରତି ସଜାଗ ରୁହନ୍ତୁ, ତତଲା ଦୀପ ପଡିଥିବ ତଳକୁ ଦେଖି ପାଦ ପକାନ୍ତୁ। ତୀବ୍ରଧ୍ଵନୀ ନିକଟରେ ଠିଆ ହେଲେ କାନ ପରଦା ଫାଟିବା ଆଶଙ୍କା ଅଛି। ଅଧିକ ଆଲୋକକୁ ଚାହାଁନ୍ତୁ ନାହିଁ। ପ୍ରକୃତିକୁ ପୂଜା ଧ୍ୟାନ କରନ୍ତୁ। ପରିବେଶ ସୁସ୍ଥ ରଖନ୍ତୁ। ସତର୍କ ରହିଲେ ଦଶହରା ଆନନ୍ଦ ମୁଖର ହେବ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ