ମାଳତୀରାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ପଧାନପଡା ପଚାଂୟତ ମାଳତୀରା ଦେବୀସାହି ଠାରେ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ପାଳିତ ହୋଇ ଆସୁଥିବା ଶାରଦୀୟ ଦୁର୍ଗା ପୂଜା ଚଳିତ ବର୍ଷ ମହାସମାରୋହରେ ଆରମ୍ଭ ହୋଇଛି । ନେପାଳ ଦାସ, ସୁବାଷ ଦାସ, କାହ୍ନୁ ଚରଣ ରାମଙ୍କ ଦ୍ୱାରା ସ୍ଥାନୀୟ ଗୋପାଳ ପୋଖରୀରୁ କଳସ
MALATIRA DEVI SAHI RE MAHA SAPTAMI PUJA


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ପଧାନପଡା ପଚାଂୟତ ମାଳତୀରା ଦେବୀସାହି ଠାରେ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ପାଳିତ ହୋଇ ଆସୁଥିବା ଶାରଦୀୟ ଦୁର୍ଗା ପୂଜା ଚଳିତ ବର୍ଷ ମହାସମାରୋହରେ ଆରମ୍ଭ ହୋଇଛି । ନେପାଳ ଦାସ, ସୁବାଷ ଦାସ, କାହ୍ନୁ ଚରଣ ରାମଙ୍କ ଦ୍ୱାରା ସ୍ଥାନୀୟ ଗୋପାଳ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । ରବିବାର ତପଷଷ୍ଠୀ ଓ ବେଲ୍ଲାଧିବାସ, ସୋମବାର ମହାସପ୍ତମୀ ପୂଜା, ମଙ୍ଗଳବାର ମହାଷ୍ଟମୀ ପୂଜା ଓ ସନ୍ଧି ପୂଜା, ପ୍ରସାଦ ସେବନ, ବୁଧବାର ମହାନବମୀ ପୂଜା, ଗୁରବାର ଦଶହରା ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି ଓ ସହଯୋଗୀ ଭାବେ ସନ୍ତୋଷ ଶତପଥି, ଶଶୀକାନ୍ତ ମହାପାତ୍ର ଏବଂ ସହଯୋଗୀ ଭାବେ କୃପାସିନ୍ଧୁ ରଣା, ପଦ୍ମନାଭ ପଣ୍ଡା ଦାୟିତ୍ୱ ତୁଲାଉଛନ୍ତି । ଏହି ପୂଜା ପାଇଁ ମାଲତୀରା ଗ୍ରାମକୁ ଅତ୍ୟାଧୁନିକ ଆଲୋକମାଳାରେ ସଜା ଯାଇଥିବା ବେଳେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଚଂଳରୁ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । କମିଟିର ସଭାପତି ନାରାୟଣ ଚନ୍ଦ୍ର ସାହୁ, ଉପ-ସଭାପତି ନରହରି ଜେନା, ସମ୍ପାଦକ ସୁଧାଂଶୁ ଶେଖର ମହାନ୍ତି, ସହ-ସମ୍ପାଦକ ରମାକାନ୍ତ ଜେନା, କୋଷାଧ୍ୟକ୍ଷ ଅକ୍ଷୟ ଅନନ୍ତ କର, ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ନିରାକର ସାହୁ, ଗୋବିନ୍ଦ ଜେନା, ପଚାଂନନ ସୁତାର, ବୁଦ୍ଧିରାମ ଜେନା ଓ ଊପଦେଷ୍ଟା ରଘୁନାଥ ରଣା, ସନାତନ ସାହୁଙ୍କ ସମେତ ମାଳତୀରା ଗ୍ରାମବାସୀ ମାନେ ସହାୟତା କରୁଛନ୍ତି । ଦଶହରା ଦିବସରେ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande