ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ମତୋ ଫାଣ୍ଡି ପରିସରରେ ଶାନ୍ତି କମିଟି ବୈଠକ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ପରମାନନ୍ଦ ପୁର ଗ୍ରାମ ରେ ଚଳିତ ମାସ ହେବାକୁ ଥିବା ଦୁର୍ଗାପୂଜା ପାଇଁ ମତୋ ଫାଣ୍ଡି ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ମତୋ ପରମାନନ୍ଦ ପୁର ଗ୍ରାମ ରେ ହିନ୍ଦୁ ଲୋକ ଙ୍କ ସହିତ ସଂଖ୍ୟା ଲଘୁ ସମ୍ପ
MOTO FANDI SHANTI COMMITTEE


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ପରମାନନ୍ଦ ପୁର ଗ୍ରାମ ରେ ଚଳିତ ମାସ ହେବାକୁ ଥିବା ଦୁର୍ଗାପୂଜା ପାଇଁ ମତୋ ଫାଣ୍ଡି ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ମତୋ ପରମାନନ୍ଦ ପୁର ଗ୍ରାମ ରେ ହିନ୍ଦୁ ଲୋକ ଙ୍କ ସହିତ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକେ ଭାଇଚାରା ସହିତ ବସବାସ କରଛନ୍ତି। ଆଗାମୀ ପୂଜା କୁ ଶାନ୍ତିଶୃଙ୍ଖଳା ର ସହିତ ପଳନକୁ ନଜରରେ ରଖି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଠାକୁରଙ୍କ ପ୍ରତ୍ୟେକ ମେଢ଼ ନିକଟରେ ଅଗ୍ନି ନିରାପତା ପାଇଁ ଦୁଇ ଦୁଇଟି ନିଆଁ ଲିଭା ଯନ୍ତ୍ର ସହିତ ପ୍ରତ୍ୟେକ କମିଟ ର ସଦସ୍ୟ ମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବେ।ଠାକୁର ଭସାଣି ରେ ଅଧିକ ଭାଇବ୍ରେଟର ନ ଦେଇ ଉଚିତ ସମୟ ଅନୁସାରେ ଭସାଣି କରିବା ପାଇଁ ଆଲୋଚନା ହୋଇଥିଲା। ସେହିପରି ମତୋ ଗଜଲକ୍ଷ୍ମୀ ପୂଜାରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡାଶୁକ୍ଷା ଯୋଗାଇଦେବା କୁ ଚାନ୍ଦବାଲି ଥାନା ଅଧିକାରୀ ପରେଶ ମହାନ୍ତି ମତପ୍ରକାଶକରିବା ସହିତ ମତୋ ଫାଣ୍ଡି ଅଧିକାରୀ ଛତିଶକୁମାର ଗୋଛି ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ମତୋ ମା ଗଜଲକ୍ଷ୍ମୀ ଙ୍କ ପୂଜା ଦୀର୍ଘ ୭ ଦିନ ଧରି ଧୁମ୍ ଧାମରେ ପାଳିତ ହେବ। ଏହି ବୈଠକ ରେ ପରମାନନ୍ଦ ପୁର ପୁରୁଣା ଦୂର୍ଗାପୂଜା କମିଟିର ସଭାପତି ରତିକାନ୍ତ ସାହୁ, ସମ୍ପାଦକ ରବିନାରାୟଣ ମହାନ୍ତି ଏବଂ ନୂଆ ସର୍ବଜନୀନ ଦୁର୍ଗା ପୂଜା କମିଟି ର ସଭାପତି ଦୀଲ୍ଲିପ କୁମାର ବରାଳ, ସମ୍ପାଦକ ରତନଲାଲ ପାତ୍ର,ମତୋ ମା ଗଜଲକ୍ଷ୍ମୀ ପୂଜା କମିଟି ର ସଭାପତି ଉମାକାନ୍ତ ସାମଲ ଙ୍କ ସମେତ ବାନାମ୍ବର ନାୟକ, ପ୍ରଦୀପ ପଲାଇ, ମୁରଲିଧର ମହାନ୍ତି,ହାପିଜ ସାହା, ରାଜେଶ ସ୍ୱାଇଁ,ଗୋଲେଖ ସାହୁ, ମୁକ୍ତିକାନ୍ତ ସେଠୀ, ପ୍ରଣବ ବଳ, ନିଲୁ ନାୟକ, ରତିକାନ୍ତ ନାୟକ,ଓକିଲ ଖାଁ,ଇଲିଆଜ ଖାଁ, ରଶ୍ମିକାନ୍ତ ପଣ୍ଡା, ରମେଶ ପାଣିଗ୍ରାହୀ, ନରେଶ ଚନ୍ଦ୍ର ନାୟକ,ଲକ୍ଷ୍ମଣ ମହାଳିକ ଙ୍କ ସମେତ ସମସ୍ତ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande