ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର
ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ''ରଚନା'' ଅନୁଷ୍ଠାନ ପ୍ରତି ବର୍ଷ ''ରଚନା''ର ପ୍ରତିଷ୍ଠାତା-ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ
ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର


ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ 'ରଚନା' ଅନୁଷ୍ଠାନ ପ୍ରତି ବର୍ଷ 'ରଚନା'ର ପ୍ରତିଷ୍ଠାତା-ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ ଆୟୋଜନ କରିଆସୁଛି। ଏଥିରେ ଓଡ଼ିଆ ସାହିତ୍ୟର ଜଣେ ଲେଖକଙ୍କୁ ରାଜ୍ୟସ୍ତରୀୟ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର ସ୍ବରୂପ ଉତ୍ତରୀୟ ଓ ସମ୍ମାନଫଳକ ସହିତ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଏହି ପୁରସ୍କାର ପାଇଁ ବିଶିଷ୍ଟ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ମନୋନୀତ ହୋଇଛନ୍ତି। ଏଯାଏଁ ତାଙ୍କର ଚଉଦଟି ଗଳ୍ପ ପୁସ୍ତକ ଓ ଉପନ୍ୟାସିକା, ତିନୋଟି କବିତା ସଂକଳନ ଓ ଦୁଇଟି ଅନୂଦିତ ପୁସ୍ତକ ପ୍ରକାଶ ପାଇ ପାଠକ ମହଲରେ ବହୁଳ ଭାବରେ ଆଦୃତି ଲାଭ କରିଛି।

ଏଥର ଅତିଥିବକ୍ତା ଭାବରେ ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକା ଡଃ. ସରୋଜିନୀ ସାହୁ ରେବତୀ, ଧୋବୀ ଓ ଗମ୍ଭିରୀ ଘରର ନାୟିକାମାନେ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ବୋଲି 'ରଚନା'ର ସଭାପତି ସନାତନ ଠାକୁର ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande