ଜୟପୁର, ୨୯ ସେପ୍ଟେମ୍ବର (ହି.ସ.)- କୁନ୍ତରଖାଲ ଗ୍ରାମ ନିକଟରେ ଜଙ୍ଗଲ ବିଭାଗ ତରଫରୁ ପ୍ଲାଣ୍ଟେସନର ଜାଲି ଚୋରି ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଜୟପୁର ବନପାଳ ସୁଶିଳ କୁମାର ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଜୟପୁର ନିକଟ କୁନ୍ତରଖାଲ ଗ୍ରାମରେ ଜଙ୍ଗଲ ବିଭାଗ ତରଫରୁ ଏକ ପ୍ଲାଣ୍ଟେସନ କାର୍ଯ୍ୟ କରାଯାଇଥିଲା । ଗତକାଲି ରାତ୍ରରେ ଦୁର୍ବୁତ୍ତମାନେ ପ୍ଲାଣ୍ଟେସନରେ ୧୮ଟି ଖମ୍ବରୁ ପ୍ରାୟ ୧୪୪ଟି ବାଡ ଜାଲି ଚୋରି ହୋଇଛି । ଏ ନେଇ ସେଠାକାର ଜଗୁଆଳି ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାରେ ମଧ୍ୟ କିଛି ସୁରାକ ମିଳି ନଥିଲା । ଏନେଇ ଅଭିଯୋଗ ପାଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି