ପ୍ରଜାମେଳିର ୮୭ ବର୍ଷ ପୂର୍ତ୍ତି ସମାରୋହ
ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ହାଇସ୍କୁଲ ପଡିଆ ଠାରେ ପ୍ରଜାମେଳିର ୮୭ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ଆନୁକୁଲ୍ୟରେ ଆୟୋଜିତ ସ୍ମୃତି ସଭାରେ ବୁଦ
ପ୍ରଜାମେଳିର ୮୭ ବର୍ଷ ପୁର୍ତ୍ତି ସମାରୋହ


ପ୍ରଜାମେଳିର ୮୭ ବର୍ଷ ପୁର୍ତ୍ତି ସମାରୋହ


ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)-

ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ହାଇସ୍କୁଲ ପଡିଆ ଠାରେ ପ୍ରଜାମେଳିର ୮୭ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ଆନୁକୁଲ୍ୟରେ ଆୟୋଜିତ ସ୍ମୃତି ସଭାରେ ବୁଦ୍ଧିଜିବି ତଥା ଗଉନ୍ତିଆ ଲୋକନାଥ କୁମୁରାଙ୍କ ଅଧ୍ୟକ୍ଷତାରେ ନିଳମଣି ଦଣ୍ଡସେନା, ଗିରିଧାରି ପୁଟା, ଶୁଶିଲ ବେହେରା, ଚମରା ଧରୁଆ, ସରପଂଚ ଜନାଦ୍ଦନ ମହାପାତ୍ରା, ଯୁବନେତା ପଙ୍କଜ ମାଲ, ତେଜରାଜ ସାହୁ, ସରୋଜ ଗଡତ୍ୟା, ଜୟଦେବ ପଟେଲ, ଆବାହକ ଜୟକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଅତିଥିଙ୍କ ବକ୍ତବ୍ୟରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ଅଭିବକ୍ତ ବଲାଙ୍ଗିର ଜିଲ୍ଲାର ଗଡଜାତ ଅଂଚଳର ଥିବା ବିଭିନ୍ନ ଅସୁବିଧା ବିଶେଷତଃ ଚାଷୀ ମାରଣନୀତି, ସାମାଜିକ ନ୍ୟାୟ, ଅନ୍ୟାୟ ଅତ୍ୟାଚାର ଏବଂ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ହଜାର ହଜାର ଲୋକ ଶଗଡଗାଡିରେ ଚୁଡାପାଲିରୁ ବଲାଙ୍ଗିର ଆସି ପ୍ରଜାମେଳି କରିଥିବା ଇତିହାସରୁ ଜଣାପଡେ । ସେହି ଦିନକୁ ସ୍ମରଣିୟ ଦିନ ଭାବରେ ପାଳନ କରାଯାଇଥାଏ । ଆଜିର ଦିନରେ ମଧ୍ୟ ସମସ୍ତେ ଅନ୍ୟାୟ, ଅତ୍ୟାଚାର ଓ ସାମାଜିକ ନ୍ୟାୟ ପାଇଁ ଲଢେଇ କରିବାକୁ ପଡିବ ଓ ଅବହେଳିତ ନିସ୍ପେଷିତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସମସ୍ତେ ଶପଥ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande