ପାଣିରେ ଭାସୁଛି ରାହାଞ୍ଜ ଛକ, ରାଜନେତା ଠାରୁ ପ୍ରଶାସନ ସବୁ ନୀରବ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥ ଲୋକାଲ ରୋଡ଼ର ଏ ଅବସ୍ଥା। ଜାତୀୟ ରାଜପଥ କାମ ବେଳେ ଅଣଦେଖା ଦେଉ ବା ଦୁରଦୃଷ୍ଟି ଅଭାବ ପାଇଁ ଆଜି ଦେଖା ଦେଇଛି ଏ ଅବସ୍ଥା। ରାସ୍ତା ତିଆରି ବେଳେ ରାସ୍ତାର ଉଚ୍ଚତା ଚାଷ ଜମିର ଉଚ୍ଚତାଠୁଁ କମ ହୋଇ ଥିବାରୁ ଚାଷ ଜମିର ପାଣ
RAHANJA CHHAK PANIRE BHASUCHI


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥ ଲୋକାଲ ରୋଡ଼ର ଏ ଅବସ୍ଥା। ଜାତୀୟ ରାଜପଥ କାମ ବେଳେ ଅଣଦେଖା ଦେଉ ବା ଦୁରଦୃଷ୍ଟି ଅଭାବ ପାଇଁ ଆଜି ଦେଖା ଦେଇଛି ଏ ଅବସ୍ଥା। ରାସ୍ତା ତିଆରି ବେଳେ ରାସ୍ତାର ଉଚ୍ଚତା ଚାଷ ଜମିର ଉଚ୍ଚତାଠୁଁ କମ ହୋଇ ଥିବାରୁ ଚାଷ ଜମିର ପାଣି ଏହି ପୋଲ ଦେଇ ନିଷ୍କାସନ ହେଉଛି। ଯାହାକି ଯାତ୍ରୀ ଯିବା ପାଇଁ ଗଳା ପୋଲ କି ପାଣି ନାଳ ତାହା ଭ୍ରମ ସୃଷ୍ଟି ହେଉଛି। ଟିକେ ବର୍ଷା ହେଲେ ଏହି ରାସ୍ତାରେ ପାଣି ଜମୁଛି। ଯାହା ଫଳରେ ପଥଚାରୀ ଠାରୁ ଗାଡ଼ି ଚାଳକ ଯାଏ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ପାଣି ପଶି ଗାଡ଼ି ବନ୍ଦ ହେଇ ଯାଉ ଥିବାରୁ ଗାଡ଼ି ବନାଇବା ପାଇଁ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଗଡ଼ାଇ ଯିବାକୁ ପଡୁଛି। ସବୁଠାରୁ ବଡ଼ କଥା ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା ସହ ନେତା ମନ୍ତ୍ରୀଙ୍କ ଠାରୁ ଜିଲ୍ଲା ପ୍ରଶାସନର ଅନେକ କର୍ମଚାରୀ ଯା ଆସ କରୁଥିଲେ ବି ଏ ସମସ୍ୟା ନଜରକୁ ଆସୁନାହିଁ। ଏହି ପାଣି ସମସ୍ୟା ନେଇ କିଛି ଯୁବ ନେତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଅଭିଯୋଗ କରିଥିଲେ ବି ଫଳ ଶୂନ। ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପରେ ବି ଏଠି ନିଦାବିଷ୍ଣୁ ସାଜିଛନ୍ତି ଜିଲ୍ଲା ପ୍ରଶାସନ। ଆଗକୁ ଏଥି ନେଇ ବଡ଼ ଜନ ଆନ୍ଦୋଳନ ହେବ ଏଥିରେ ସନ୍ଦେହ ନାହିଁ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande