ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଦ୍ଧୀ ଉତ୍ସବ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଦ୍ଧୀ ଉତ୍ସବ ରବିବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ଆଗରପଡା ମେଳନ ପଡିଆ ଠାରେ ପାଳିତ ହୋଇଯାଇଛି । ସଂଘ ୧୯୨୫ ମସିହା ସେପ୍ଟେମ୍ବର ୨୭ ତାରିଖ କିଛି ଉତ୍ସାହୀ ଯୁବକ ମାନଙ୍କୁ ନେଇ ଆରମ୍ଭ କରାଯାଇଥିଲା । ପ୍ରତିଷ୍ଠାତା ଡ.କେଶବ ବଳିର
RASTRIYA SAYAM SEBAK SANGHA


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଦ୍ଧୀ ଉତ୍ସବ ରବିବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ଆଗରପଡା ମେଳନ ପଡିଆ ଠାରେ ପାଳିତ ହୋଇଯାଇଛି । ସଂଘ ୧୯୨୫ ମସିହା ସେପ୍ଟେମ୍ବର ୨୭ ତାରିଖ କିଛି ଉତ୍ସାହୀ ଯୁବକ ମାନଙ୍କୁ ନେଇ ଆରମ୍ଭ କରାଯାଇଥିଲା । ପ୍ରତିଷ୍ଠାତା ଡ.କେଶବ ବଳିରାମ ହେଡ୍‌ଗେୱାର୍ ଏକ ମହାନ୍ ଚିନ୍ତାଧାରା ନେଇ ଏହା ଗଠନ କରିଥିବା ବେଳେ ବ୍ୟକ୍ତି କୈନ୍ଦ୍ରିକ ନ ହୋଇ ସମାଜ କୈନ୍ଦ୍ରିକ ଭାବେ ରାଷ୍ଟ୍ର ହିତରେ କାର୍ଯ୍ୟ କରିବା ସଂଗଠନର ଲକ୍ଷ୍ୟ ଥିଲା । ଦେଶରେ କ୍ରାନ୍ତି ଆଣିବାର ପ୍ରୟାସରେ ଲକ୍ଷ ଲକ୍ଷ ସ୍ୱୟଂ ସେବକ ଏବେ ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରି ଆସୁଛନ୍ତି । ଅନେକ ବାଧା ପ୍ରତିବନ୍ଧକକୁ ସାମ୍ନା କରି ସଂଘ ଆଗକୁ ବଢୁଥୁବା ବେଳେ ବିଶେଷ କରି ଅଯୋଧ୍ୟାର ରାମ ଜନ୍ମଭୂମି ଆନ୍ଦୋଳନ କାଳରେ ସ୍ୱୟଂ ସେବକଙ୍କ କାର୍ଯ୍ୟଧାରକୁ ବିଶ୍ୱବାସୀ ପରଖି ଥିବା ଜିଲ୍ଲା କାର୍ଯ୍ୟବାହକ ରଶ୍ମିରଞ୍ଜନ ରାଉତ୍ ପ୍ରକାଶ କରିଥିଲେ । ଜିଲ୍ଲା ଶାରିରୀକ ଶିକ୍ଷା ଶିକ୍ଷଣ ପ୍ରମୁଖ ସଞ୍ଜୟ କୁମାର ବାରିକ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ସରପଚଂ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶତାଧିକ ସ୍ୱୟଂ ସେବକ ଗଣବେଶରେ ଏକତ୍ରିତ ହେବା ସହ ଗୌରିକ ଧ୍ୱଜ ପୂଜା କରାଯାଇଥିଲା । ପରେ ସଚଂଳନରେ ଆଗରପଡା ବଜାର ପରିକ୍ରମା କରିଥିଲେ ସ୍ୱୟଂ ସେବକ ମାନେ । ଶେଷରେ ଶାରିରୀକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ସହ ସଂଘ ପ୍ରାର୍ଥନା ବୋଲାଯାଇ ସମାପନ କରାଯାଇଥିଲା । ବନ୍ତ ଖଣ୍ଡ କର୍ଯ୍ୟବାହ ସୁବାଷ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ପ୍ରଦୀପ କୁମାର ପୁହାଣ,ରାଜୀବ ଲୋଚନ ରାୟ ,ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ,ମଧୁସୂଦନ ପଣ୍ଡା, କିରଣ ମୟ ବେହେରା, ଅଶୋକ ପରିଡା,ବାବୁରାମ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶଯେ ଶତାଦ୍ଧୀ ପୂର୍ତି ଅବସରରେ ଏକ ବର୍ଷ ବ୍ୟାପି ବିବିଧ କାର୍ଯ୍ୟକ୍ରମ ଜାରି ରହିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande