ସମ୍ବଲପୁର, ୨୯ ସେପ୍ଟେମ୍ବର(ହି.ସ.) – ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନର ୧୯ ତମ ପ୍ରତିଷ୍ଠା ଦିବସ ସୋମବାର ଦିନ କୁମଲତା ସମାଜର ସଭାପତି କୃପାସିନ୍ଧୁ ଖମାରୀଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ପୁଅ ଜିଉଁତିଆ ଠାରୁ ଆରମ୍ଭ ହୋଇଥିବା ଷୋଳ ପୂଜାର ଶେଷ ଦିବସରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥିଲା। ପୂଜକ ଦେବୀ ପ୍ରସାଦ ଭୋଇ ଏବଂ ସୁଦାମ ପ୍ରଧାନ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ଏହାପରେ ରାମଚଣ୍ଡୀ ସେବା ସଦନର ୧୮ ତମ ପ୍ରତିଷ୍ଡା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେବା ସଦନ ନିର୍ମାଣରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମାଜର ବରିଷ୍ଠ ସଦସ୍ୟ ମାନଙ୍କୁ ସ୍ମରଣ କରାଯିବା ସହ ବିଗତ ଦିନରେ କରାଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମାଜ ପାଇଁ ତ୍ୟାଗ ବଳିଦାନ କରିଯାଇଥିବା ବ୍ୟକ୍ତି ବିଶେଷଙ୍କୁ ସବୁବେଳେ ସ୍ମରଣ କରି ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ବକ୍ତାମାନେ ମତ ଦେଇଥିଲେ। ଏହି ଅବସରରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଆସନ୍ତା ୫ ତାରିଖ ଚତୁର୍ଦ୍ଦଶୀ ଅବସରରେ କନ୍ୟା ପୁଜନ କାର୍ଯ୍ୟକ୍ରମ ସହ ଅପରାହ୍ନ ୫ ଟାରେ ସ୍ୱତନ୍ତ୍ର ପୂଜା ପରେ ଝଣ୍ଡା ରୋହଣ ଏବଂ ରାମଚଣ୍ଡୀ ଦିନ୍ ପାଳନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଉପସଭାପତି ଦେବତମ ପ୍ରଧାନ, ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ଦେବଦତ ସାହୁ, ଅଭିରାମ ଖମାରୀ, ନିର୍ମଲ ପ୍ରଧାନ, ସରୋଜ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ସମାରୁ ବାରିକ, ଦୟାସାଗର ପ୍ରଧାନ, ଅକ୍ଷୟ ପ୍ରଧାନ, ସୁକାନ୍ତୀ ଗଡତିଆ, ଦମୟନ୍ତୀ ପ୍ରଧାନ, ଜଟାଭୁଷଣ ସାହୁ, ସୁଦାମ ଭୋଇ ଓ ଭବାନୀଶ ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ