ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୧୪ତମ ବାର୍ଷିକ ଉତ୍ସବ ପାଳନ
ମାଲକାନଗିରି, ୨୯ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆଜି ତା''ର ୧୪ତମ ବାର୍ଷିକ ଉତ୍ସବ ଏକ୍ସ୍ ବୋର୍ଡ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳନ କରିଅଛି। ଏହି ଅବସରରେ ସଂଗଠନର ପ୍ରତିଷ୍ଠା ସଦସ୍ୟ ମାନଙ୍କୁ ଓ ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ପୁଷ
ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୧୪ ତମ ବାର୍ଷିକ ଉତ୍ସବ ପାଳନ


ମାଲକାନଗିରି, ୨୯ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆଜି ତା'ର ୧୪ତମ ବାର୍ଷିକ ଉତ୍ସବ ଏକ୍ସ୍ ବୋର୍ଡ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳନ କରିଅଛି। ଏହି ଅବସରରେ ସଂଗଠନର ପ୍ରତିଷ୍ଠା ସଦସ୍ୟ ମାନଙ୍କୁ ଓ ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରାଣ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ସଂଗଠନର ଆରମ୍ଭ ଟଗୋର ସୋସାଇଟିର ସଭା ଗୃହରେ ଆଜକୁ ୧୪ ବର୍ଷ ପୂର୍ବେ ୨୯ ସେପ୍ଟେମ୍ବର ୨୦୧୧ ରେ ୯ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିଲା।

ଆଜି ତା'ର ୧୪ ବର୍ଷ ଅର୍ଥାତ୍ କିଶୋରାବସ୍ଥାରେ ସମସ୍ତ ସଦସ୍ୟଙ୍କ ସହଯୋଗରେ ପହଞ୍ଚିପାରିଛି। ୩୧ ଅଗଷ୍ଟ ୨୦୧୮ ଠାରୁ ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆଦେଶ ପ୍ରକାରେ ଦୈନିକ ବଜାର ସମ୍ମୁଖରେ ଥିବା ରି-କ୍ରିଏସନ୍ କ୍ଲବ ଘର ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ଏହି ସଂଘରେ୨୦୦ରୁ ଅଧିକ ସଦସ୍ୟ ଥିବାବେଳେ ଆଜି ଉପସଭାପତି ରବିନାରାୟଣ ପାଣିଗ୍ରାହୀ ଓ ସମ୍ପାଦକ ଅଶୋକ ସାମଲଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ଯ୍ୟ ସମ୍ପାଦିତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସଂଗଠନ ବୃକ୍ଷରୋପଣ, ରଥଯାତ୍ରାରେ ପଣା ଦେବା, ବଡଯାତ୍ରାରେ ପ୍ରସାଦ ବଣ୍ଟନ, ମନ୍ଦିର ଓ କାର୍ଯ୍ୟାଳୟ ପରିସର ସଫେଇ କାର୍ଯ୍ୟପରି ଅନେକ ସାମାଜିକ କାର୍ଯ୍ୟ ହାତକୁ ନେଇଛି।

ଆଜି ଠାରୁ କୌଣସି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସଂଗଠନ ତରଫରୁ ତାଙ୍କ ପରିବାରକୁ ୫୦୦୦ ଟଙ୍କାର ସହଯୋଗ ଓ ମେଡିକାଲ୍ ଚିକିତ୍ସାରେ ଯଥା ସମ୍ଭବ ସହଯୋଗ କରାଯିବ ବୋଲି ଉପସଭାପତି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande