ସମ୍ଭାବନା ସାହିତ୍ୟ ସଂସଦର ସାହିତ୍ୟ ଆସର
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସାହିତ୍ୟର ନୂଆସ୍ୱର ସମ୍ଭାବନା ସାହିତ୍ୟ ସଂସଦ ପ୍ରତିମାସ ପରି ଏମାସ ମଧ୍ୟ ଶେଷରବିବାର ସାହିତ୍ୟ ଆସର ବାବଲୋକନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡମ୍ବରରେ ପାଳିତ ହୋଇ ଯାଇଛି। ଉଦଘାଚ ଭାବେ ଶିଶୁସାହିତ୍ୟ ଗବେଷକ ପ୍ର. ଡ଼. ମନୀନ୍ଦ୍ର ମହାନ୍ତି ଯୋଗ ଦେଇଥିବା ବେ
SAMBHABANA SAHITYA SANSADA SAHITYA ASARA


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସାହିତ୍ୟର ନୂଆସ୍ୱର ସମ୍ଭାବନା ସାହିତ୍ୟ ସଂସଦ ପ୍ରତିମାସ ପରି ଏମାସ ମଧ୍ୟ ଶେଷରବିବାର ସାହିତ୍ୟ ଆସର ବାବଲୋକନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡମ୍ବରରେ ପାଳିତ ହୋଇ ଯାଇଛି। ଉଦଘାଚ ଭାବେ ଶିଶୁସାହିତ୍ୟ ଗବେଷକ ପ୍ର. ଡ଼. ମନୀନ୍ଦ୍ର ମହାନ୍ତି ଯୋଗ ଦେଇଥିବା ବେଳେ, ସଭାପତିଭାବେ ଆଇନୀଜୀବି ଅତିଶ କୁମାର ବେହେରା ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତଅଧକ୍ଷ୍ୟା କବିୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଯୋଗ ଦେଇ ସମ୍ଭାବନାର ଉତରତର କାମନା କରିଥିବା ବେଳେ ଅବସର ପ୍ରାପ୍ତ ଅଧକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପୁର୍ଣଚନ୍ଦ୍ର ବାହାଳୀଙ୍କ ମାନସ ସନ୍ତାନ ଶିବାନୀର ଲୋକାର୍ପଣ କରିଥିଲେ । ଶିବାନୀର ସହ ସମ୍ପାଦକ ବିଜୟ କୁମାର ବହଳି ଶିବାନୀ ଲୋକାର୍ପଣ ଉତ୍ସାବରେ ପୂର୍ଣ୍ଣ ସହଯୋଗ କରିଥିଲେ। ସମ୍ମାନୀୟଅତିଥି ଭାବେ ସୁ ସାହିତିକ ଆମ କଲମର ପ୍ରତିଷ୍ଠାତା ସାରଥୀ ପଣ୍ଡା ସମ୍ଭାବନାର ବହୁ ଦିଗ ଉପରେ ଆଲୋକପାତ କରିଥିଲେ। ମଂଚ ଆମନ୍ତ୍ରଣ କବି ବୈକୁଣ୍ଠ ବିଶ୍ୱାଳ, ସ୍ୱାଗତ ଭାଷଣ ରଖିଥିଲେ ସମ୍ପାଦକ ଋତୁରାଜ ଅକ୍ଷୟ, କବିତା ଗୁଡିକୁ ସଂଯୋଜନା କରିଥିଲେ ସୁକାନ୍ତ ବେହେରା,କବିତା ସମୀକ୍ଷା କରିଥିଲେ ବିପ୍ଳବ ପତି ସମ୍ଭାବନା ସାହିତ୍ୟ ସମ୍ମାନରେନରେନ୍ଦ୍ର କୁମାର ସାହୁ,କ୍ୟାପଟେନ ଓଁକାରଙ୍କ ପ୍ରଦାନକରିଥିବା ବେଳେ ଦେବୀ କିଙ୍କର ବ୍ରହ୍ମଦାସ ପାଣିଗ୍ରାହୀ ଙ୍କୁ ସମ୍ଭାବନା ଶ୍ରେଷ୍ଠ ସମାଜସେବୀସମ୍ମାନରେ, ଏବଂ ବୁକ୍ ଅଫ ୱାଆର୍ଡ଼ ସମ୍ମାନରେ ସମ୍ମାନିତ ଶିଶୁ ପ୍ରତିଭା ପ୍ରନୀତ ପଟ୍ଟନାୟକଙ୍କୁ ସମ୍ଭାବନା ପ୍ରତିଭା ସମ୍ମାନ ସମ୍ମାନିତ କରାଯାଇଥିଲା। ସମ୍ଭାବନା ଶ୍ରେଷ୍ଠ କବିତା ସଂମ୍ମାନ କବୟିତ୍ରୀ ନୀଳିମା ପଣ୍ଡା ଓ କବି ମାନସ ପଣ୍ଡାଙ୍କୁ ପ୍ରଦାନ କରିଥିବା ବେଳେ ରମେଶ ଦାସ, ମୁକୁନ୍ଦଦେବ ନାୟକଙ୍କୁ ସମ୍ଭାବନା କବିତା ସମ୍ମାନରେ ସମ୍ମାନିତ କରା ଯାଇଥିଲା। ବହୁକବି ଓ କବୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ। ବିଜୟ ଜେନା, ଶ୍ରଦ୍ଧାଞ୍ଜଳି ମିଶ୍ର, ମୋନାଲିସା ସାହୁ, ଅଂଶୁମାନ ସ୍ୱାଇଁ, ବିଳାସୀନୀ ମହୁରୀ, ଶୁଭାପଲ୍ଲ୍ୱ ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କଳାସମ୍ପାଦକ ଚୂଡ଼ାମଣି ଦାସ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande