ସାନନ୍ଦ ମିଶ୍ର ହେଲେ ରାଜ୍ୟ କିଶାନ କଂଗ୍ରେସ ସଂଯୋଜକ
ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)- ପୂର୍ବତନ ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କୁ ନୂତନ ଭାବେ ଓଡିଶା ପ୍ରଦେଶ କିଶାନ କଂଗ୍ରେସ କମିଟି ସଂଯୋଜକ ଭାବେ ପ୍ରଦେଶ କିଶାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର ତାଙ୍କ ନିଯୁକ୍ତିରେ ପୂର୍ବତନ ମନ୍ତ୍ରୀ
ସାନନ୍ଦ ମିଶ୍ର ହେଲେ ରାଜ୍ୟ କିଶାନ କଂଗ୍ରେସ ସଂଯୋଜକ


ବଲାଙ୍ଗିର, ୨୯ ସେପ୍ଟେମ୍ବର (ହି.ସ.)-

ପୂର୍ବତନ ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କୁ ନୂତନ ଭାବେ ଓଡିଶା ପ୍ରଦେଶ କିଶାନ କଂଗ୍ରେସ କମିଟି ସଂଯୋଜକ ଭାବେ ପ୍ରଦେଶ କିଶାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର ତାଙ୍କ ନିଯୁକ୍ତିରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ଯୁବନେତା ସମରେନ୍ଦ୍ର ମିଶ୍ର, ପିସିସି ସଭାପତି ଭକ୍ତଚରଣ ଦାସ, ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ, ବିରୋଧି ଦଳ ନେତା ରାହୁଳ ଗାନ୍ଧିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ମିଶ୍ର ପୂର୍ବରୁ ପୁଇଁନ୍ତଲା ବ୍ଲକ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ଜିଲ୍ଲା କଂଗ୍ରେସ ପ୍ରବକ୍ତା, ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ । ତାଙ୍କ ନିଯୁ୍‌କ୍ତିରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଅଶୋକ ନନ୍ଦ, କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ପ୍ରବକ୍ତା ଅଜୟ ବାଲି, ଏସ୍‌ସି ସେଲ ସଭାପତି ଓମ୍ ପ୍ରକାଶ କୁମ୍ଭାର, ଏସ୍‌ଟି ସେଲ ସଭାପତି ମୟ ପ୍ରଧାନୀ, ଯୁବ କଂଗ୍ରେସ ସଭାପତି ଅଙ୍କିତ ସାହୁ, ନାସିର ଖାନ, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ପ୍ରଧାନ, ଉମାଶଙ୍କର ପଣ୍ଡା, ବିରେନ୍ଦ୍ର ବାଗ, ମୁକେଶ ଜୈନ, ଜୁଲୁ ପଟ୍ଟନାୟକ, ଯୁବ ନେତା ସରୋଜ ରଥ, ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁ, ରାମଜୀ ଚୌଧୁରୀ, ରାମ ମିଶ୍ର, ମନମୋହନ ପଟେଲ, ଅରବିନ୍ଦ ସାହୁ, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ହରି ନନ୍ଦ, ମନବୋଧ ହରପାଲ, ଲଳିତ ପଟେଲ, କୈଳାସ ମିଶ୍ର, ସଂଜୟ ମିଶ୍ର, ହିମାଂଶୁ ନାୟକ, ବ୍ରଜ ସେଠି, ଲୋପନ ମିଶ୍ର, ସମିର କୁମ୍ଭାର, ସୀତାରାମ କୁମ୍ଭାର, କିରନ ସେଠ, ପପୁ ପାତ୍ର, କାନ୍ତେ ପ୍ରଧାନ, ଶ୍ରୀଧର ବାରିକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କ ନିଯୁକ୍ତିରେ କିଶାନ କଂଗ୍ରେସ ଆହୁରି ମଜବୁତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande