ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ୩୭ ବର୍ଷ ଧରି ଭୁବନେଶ୍ୱରର ନୟାପଲ୍ଲୀ ମଣ୍ଡପରେ ପୂଜା ପାଇ ଆସୁଛନ୍ତି ମା ଜଗତ ଜନନୀ। ପୀଠରେ କେଉଁ ଆବହମାନ କାଲରୁ ମାଙ୍କ ପୂଜା ବିଧି ହେଉଛି। ପ୍ରତି ବର୍ଷ ଭଳି ଚଳିତ ଥର ମଧ୍ୟ ମାଙ୍କୁ ଆବହନ କରାଯାଇଛି। ମା ମଣ୍ଡପରେ ବିଦ୍ୟମାନ। ହଜାର ହଜାର ଭକ୍ତଙ୍କ ଗହଳି ଲାଗି ରହିଛି। ଶାନ୍ତି ଶୃଙ୍ଖଳାର ଧାଡ଼ି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ନୟାପଲ୍ଲି ଦୁର୍ଗା ପୂଜା ସମିତିର ଉପଦେଷ୍ଟା ନବ କିଶୋର ବେହେରା। ପ୍ରତିବର୍ଷ ନୟାପଲ୍ଲୀ ଏହାର ଆକର୍ଷଣୀୟ ତୋରଣ ପାଇର୍ ପ୍ରଶଂସା ସାଉଁଟି ଥାଏ। ଏଥର ମଧ୍ୟ ସ୍ୱତନ୍ତ୍ର ଭାବେ ତୋରଣ ସଜା ଯାଇଛି। ଏଥରର ଥିମ୍ ରହିଛି ଦକ୍ଷିଣ ଭାରତର କଥକଲି ନୃତ୍ୟ। ଦଶହରା ପର୍ଯ୍ୟନ୍ତ ମା ଙ୍କ ପୂଜା ପାଇଁ ଯଥା ବିଧି ରୀତି ନୀତି କରାଯିବ। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଜାଗାରେ ସିସିଟିଭି ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା