୧୯୩ ଟି ପୂଜା ମଣ୍ଡପରେ ମୁତୟନ ହେବେ ୬୧ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୯୩ ଟି ପୂଜା ମଣ୍ଡପରେ ଲୋକଙ୍କ ସୁରକ୍ଷାକୁ ନିୟନ୍ତ୍ରଣ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଯାହା ଭିତରେ ୩ ପ୍ଲାଟୁନ ସେଂଟ୍ରାଲ ଆର୍ମଡ ଫୋର୍ସ ମଧ୍ୟ ରହିଛନ୍ତି ବୋଲି ପୋଲିସ୍ କମିଶନର ଏସ
୧୯୩ ଟି ପୂଜା ମଣ୍ଡପରେ ମୁତୟନ ହେବେ ୬୧ ପ୍ଲାଟୁନ ଫୋର୍ସ


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୯୩ ଟି ପୂଜା ମଣ୍ଡପରେ ଲୋକଙ୍କ ସୁରକ୍ଷାକୁ ନିୟନ୍ତ୍ରଣ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଯାହା ଭିତରେ ୩ ପ୍ଲାଟୁନ ସେଂଟ୍ରାଲ ଆର୍ମଡ ଫୋର୍ସ ମଧ୍ୟ ରହିଛନ୍ତି ବୋଲି ପୋଲିସ୍ କମିଶନର ଏସ ଦେବଦତ ସିଂ ସୂଚନା ଦେଇଛନ୍ତି।

ସେ କହିଛନ୍ତି ୩ ଜଣ ଡିସିପି ରାଙ୍କ ଅଫିସର ସୁରକ୍ଷା ବ୍ୟବସ୍ଥା ମନିଟର କରିବେ। ୨୪ ଟି ପେଣ୍ଡାଲରେ ମା'ଙ୍କ ମୂର୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ହେବ । ଡ୍ରୋନ୍ ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଂଚ ହେବ । ୪ ଟି ଡ୍ରୋନ୍ ର ବ୍ୟବସ୍ଥା ହୋଇଛି । ଏସବୁକୁ ସ୍ମାର୍ଟ ସିଟି କ୍ୟାମେରା ଦ୍ୱାରା ମନିଟର କରାଯିବ। କମିଶନରେଟ ପୋଲିସର ହର୍ ଟିମ ମହିଳାଙ୍କ ସୁରକ୍ଷା ଦିଗରେ ନିୟୋଜିତ ହୋଇଛନ୍ତି । ମୋବାଇଲ ପାଟ୍ରୋଲିଂ ବ୍ୟାପକ ହୋଇଛି। ଷ୍ଟ୍ରାଇକିଂ ଫୋର୍ସ , ସ୍ପେଶାଲ ଟାକ୍ଟିକାଲ ୟୁନିଟ, ବମ ଡିସ୍ପୋଜାଲ ସ୍କ୍ୱାଡ ମଧ୍ୟ ମୁତୟନ ହେବେ। ରାଜଧାନୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଭଳି ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର। ସେହିପରି ଟ୍ରାଫିକ ବ୍ୟବସ୍ଥା ସହରରେ ବର୍ତମାନ ଅସମ୍ଭାଳ ହୋଇପଡିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଛକ ବଜାରରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି ପୋଲିସ କମିଶନର ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande