ଗଞାମ, ୬ ସେପ୍ଟେମ୍ବର (ହି.ସ.)- ଶେରଗଡ଼ ପଞ୍ଚାୟତକୁ ଏନଏସି ଘୋଷଣା କଲିଵା ଦାବିରେ ଆଜି ୧୨ ଘଣ୍ଟିଆ ଶେରଗଡ଼ ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ଶେରଗଡ଼କୁ ଏନଏସି ଘୋଷଣା କରାଯାଇଥିଲା। କିନ୍ତୁ ଵିଜେପି ସରକାର ଏହାକୁ ବାତିଲ କରିଥିବାରୁ ଶେରଗଡ ଅଞ୍ଚଳଵାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ଏହାର ପ୍ରତିବାଦ କରି ଆଜି ବନ୍ଦ ପାଳନ ଦଳମତ ନିର୍ବିଶେଷରେ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ