ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ଗୁରୁଦିବସ ଅବସରରେ, ଶିକ୍ଷା କ୍ଷେତ୍ର ରେ ଆଧ୍ୟାତ୍ମିକ ମୂଲ୍ୟବୋଧ ର ଗୁରୁତ୍ୱ ସମ୍ପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଉଛି।ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ରୂପେ ବାଲେଶ୍ୱର ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣିମା ଦାଶ ଯୋଗ ଦେଇଥିଲେ। ସମ୍ମାନିତ ପ୍ରତିଭା ରୂପେ ରାଷ୍ଟ୍ରପତି ତଥା ରାଜ୍ୟପାଳ ପୁରସ୍କୃତ ପ୍ରଧାନଶିକ୍ଷକ ଶଶି ଶେଖର କର ଶର୍ମା, କେନ୍ଦୁଆ ପଦା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି, ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ଯୋଗ ଦେଇଥିଲେ। ଭଦ୍ରକ ବ୍ରହ୍ମାକୁମାରୀ ର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସତ୍ ଗୁରୁ,ସତ୍ ଶିକ୍ଷକ ପରମତ୍ମା ଙ୍କ ପରିଚୟ ଦେଇ ଆଧ୍ୟାତ୍ମିକ ମୂଲ୍ୟ ବୋଧ ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବାଗୁରାଇ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ର ପ୍ରଧାନ ଶିକ୍ଷକ ବ୍ରହ୍ମାକୁମାର ପ୍ରଶାନ୍ତ ସାହୁ କାର୍ଯକ୍ରମ ସଂଯୋଜନା କରିଥିବା ବେଳେ, ବ୍ରହ୍ମାକୁମାରୀ ରତ୍ନ ପ୍ରଭା ରଜ ଯୋଗ ର ଅନୁଭୂତି କରାଇଥିଲେ।କାର୍ଯକ୍ରମ ଆରମ୍ଭରେ ବ୍ରହ୍ମାକୁମାର ଅକ୍ଷୟ ,ଶିକ୍ଷାରେ ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ବ୍ରହ୍ମା କୁମାରୀ ଦ୍ୱାରା ପ୍ରଦତ ମୁଲ୍ୟ ଭିତିକ ଶିକ୍ଷାର ବର୍ତମାନ ସମୟ ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଆଦିତ୍ୟ ମହାନ୍ତି ଗୁରୁ ବନ୍ଦନା ଗାନ କରିଥିଲେ। ବ୍ରହ୍ମାକୁମାର ସୌଭାଗ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ