ସମ୍ବଲପୁରରେ ରାଜ୍ୟ ସ୍ତରୀୟ      ନୁଆଁଖାଇ ଭେଟଘାଟ୍: ଖିଣ୍ଡା ସହ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ପୀଠର ହେବ ଉନ୍ନତିକରଣ
ସମ୍ବଲପୁରରେ ରାଜ୍ୟ ସ୍ତରୀୟ      ନୁଆଁଖାଇ ଭେଟଘାଟ୍: ଖିଣ୍ଡା ସହ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ପୀଠର ହେବ ଉନ୍ନତିକରଣ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା    ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ହେଉଛି ନୂଆଁଖାଇ   ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ରୂପେ ବିକଶିତ କରାଯିବ  ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି - ମୁଖ୍ୟମନ୍ତ୍ରୀ    ଭୁବନେଶ୍ୱର ୬ ସେପ୍ଟେମ୍ବର ୨୦୨୫

ସମ୍ବଲପୁର, ୦୬ ସେପ୍ଟେମ୍ବର (ହି.ସ.) ଆଜି ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ବୋଲି କହିଥିଲେ ।

ସମ୍ବଲପୁର ହେଉଛି ବୀରତ୍ୱର ମାଟି। ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠ ଗୁଡିକର ଉନ୍ନତିକଣାର ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ। ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ। ନୂଆଁଖାଇ ଆମକୁ ସେହି କୃଷକଙ୍କ ପ୍ରତି କୃତଜ୍ଞ କରିଥାଏ। ଏହି ପର୍ବରେ ସେମାନଙ୍କର ସମ୍ମାନ ସବୁଠାରୁ ଅଧିକ। ସମ୍ବଲପୁର ପଶ୍ଚିମ ଓଡିଶାର ଏକ ବିଶେଷ ସ୍ଥାନ, ଯାହା କଳା, ସଂସ୍କୃତିର ବିଶେଷ ବାର୍ତ୍ତା ବହନ କରେ। କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓଡିଶା ପାଇଁ ସ୍ୱତନ୍ତ୍ରତା ବହନ କରନ୍ତି ।

ନୂଆଁଖାଇ ହେଉଛି ଚାଷ ଭିତ୍ତିକ ପର୍ବ, କୃଷକଙ୍କ ପରିଶ୍ରମ ପାଇଁ ଆମେ ପାଳୁଥିବା ପର୍ବ । ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ ଗୁଣ ନୁହେଁ, ବହୁ ଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ। ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣଙ୍କ ସରକାର। କେବଳ କାଗଜପତ୍ର କି ପ୍ରଚାର ପାଇଁ ନୁହେଁ। ଗତ ଏପ୍ରିଲ ୨୧ ତାରିଖ ଦିନ ମୁଁ ପୁରା କ୍ଯାବିନେଟ ଓ ପ୍ରଶାସନକୁ ନେଇ ଆସିଥିଲି ଆପଣଙ୍କ କଥା ଶୁଣିବାକୁ। ସମ୍ବଲପୁର ଅଭିଯୋଗ ଶୁଣାଣିରେ ମୋତେ ପ୍ରାୟ ୯ ହଜାର ୩୭୭ ଗୋଟି ଅଭିଯୋଗ ମିଳିଥିଲା ଯାହା ମଧ୍ୟରୁ ତୁରନ୍ତ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରା ଯାଇଥିଲା। ତେଣୁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ଆଭ୍ଯନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବ ତାହା ନୁହେଁ, ଯଦି ଆବଶ୍ଯକ ହୁଏ, ମୁଁ କ୍ଯାବିନେଟ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେଯେ ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ରୁତ ବିକାଶ ପାଇଁ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଗମନାଗମନ। ଏଣୁ ରାଜ୍ୟ ସରକାର ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ- ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲା କୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକଶିତ କରିବେ । ଏହା ନିରବଚ୍ଛିନ୍ନ ସେବାକୁ ସୁଗମ କରି ଦ୍ରୁତ ଏବଂ ସମନ୍ବିତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ । ଆମେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ। ଏଥିରେ ହୀରାକୁଦ ଜଳଭଣ୍ଡାର, ଦେବ୍ରିଗଡ଼ ଜଙ୍ଗଲର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ଏବଂ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା ସମଲେଇଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯିବ। ହରିଶଙ୍କର-ନୃସିଙ୍ଘନଥ ପୀଠକୁ ସ୍ଵତନ୍ତ୍ର ଭାବେ ବିକଶିତ କରାଯିବ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ' ନୂଆଖାଇ କେବଳ ଗୋଟିଏ ଦିନର କି ଦୁଇ ଦିନର ପର୍ବ ନୁହେଁ । ଏହା ହେଉଛି ଗଣପର୍ବ। ବହୁତ ଦିନ ଧରି ଏହା ଚାଲେ, ବାସି, ତିଆସି ଭାବେ । ଏଣୁ ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ, ଆମ ସରକାର ଚଳିତ ବର୍ଷ ନୂଆଖାଇ ପରଦିନକୁ ମଧ୍ୟ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ । ନୂଆଖାଇ ଆମକୁ କହେ 'ପରିବାରରେ ଏକତା ରଖ'। ସମାଜରେ ଶାନ୍ତି ଓ ସହଯୋଗକୁ ବଢାଅ।ପ୍ରକୃତିକୁ ମା’ ଭାବି ସମ୍ମାନ କର। କୃଷକଙ୍କୁ ସମ୍ମାନ ଦେଇ, ସେମାନଙ୍କ ପରିଶ୍ରମକୁ ସଫଳ ରୂପାୟନ କରିବାରେ ନିଜକୁ ସାମିଲ କରିବା। ନୂଆଖାଇ କେବଳ ପର୍ବ ନୁହେଁ—ଏହା ଆମର ଅସ୍ତିତ୍ୱର ପରିଚୟ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବରଗଡ଼, ଅନୁଗୋଳ ଏବଂ ବଲାଙ୍ଗୀରର ବିଧାୟକଗଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ବିଧାୟକଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମା ସମଲେଶ୍ୱରୀ ମନ୍ଦିର ଏବଂ ମା ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande