ବଲାଙ୍ଗିରରେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
ବଲାଙ୍ଗିର, ୬ ସେପ୍ଟେମ୍ବର (ହି.ସ)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପଶ୍ଚିମ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କଲେଜ ଛକ ଠାରେ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ଶେଖର ସିଲ, ରାଜ୍ୟ ସଭାପତି ସଞ୍ଜିବ ନାୟକ, ପ
ବଲାଙ୍ଗିର ରେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ଦୁଇ ଡିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ


ବଲାଙ୍ଗିର ରେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ଦୁଇ ଡିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ


ବଲାଙ୍ଗିର, ୬ ସେପ୍ଟେମ୍ବର (ହି.ସ)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପଶ୍ଚିମ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କଲେଜ ଛକ ଠାରେ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ଶେଖର ସିଲ, ରାଜ୍ୟ ସଭାପତି ସଞ୍ଜିବ ନାୟକ, ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଏବଂ ରାଜ୍ୟ ସମ୍ପାଦକ ଶ୍ଵେତାଶୁଂ ଶେଖର ବରାଇଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଅଛି। ଏହି ବୈଠକରେ ଓଡ଼ିଶା (ପଶ୍ଚିମ) ପ୍ରାନ୍ତରୁ ୧୫୦ ରୁ ଊର୍ଦ୍ଧ୍ବ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଉଦଘାଟନ ସତ୍ରରେ ଅଖିଳ ଭାରତୀୟ ଜନଜାତି ପ୍ରମୁଖ ପ୍ରମୋଦ କୁମାର ରାଉତ ଓ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଅତିଥି ରୂପେ ଯୋଗଦେଇ ଥିଲେ। ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ଦିନରେ ସବୁ କଲେଜରେ ସଦସ୍ୟତା ଓ ସଂଗଠନ ସୁଦୃଢ କରିବା ସହ ତଥା ଆଗାମୀ ଛାତ୍ର ସଂସଦ ନିର୍ବାଚନ ବିଷୟରେ ବିସ୍ତୃତ ରୂପେ ଆଲୋଚନା ହୋଇଥିଲା । ବୈଠକରେ ଶିକ୍ଷାସ୍ଥିତି ଓ ସାମାଜିକ ସ୍ଥିତି ଉପରେ ପ୍ରସ୍ତାବ ଆଲୋଚନା କରାଯାଇଥିଲା। କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ଶେଖର ସିଲ ଏବିଭିପିର କାର୍ଯ୍ୟପଦ୍ଧତି ଓ ସାଙ୍ଗଠନିକ ନିଷ୍ପତ୍ତି ଉପରେ ବକ୍ତବ୍ୟ ରଖିଥିଲେ। ବୈଠକରେ କ୍ଷେତ୍ରୀୟ ସହ ସଂଗଠନ ସମ୍ପାଦକ ବୈଲୋଚନ ସାହୁ ବିଶେଷ ଭାବେ ଉପସ୍ଥିତ ଥିଲେ। ପ୍ରତ୍ୟେକ କଲେଜ କ୍ୟାମ୍ପସରେ ନିଜର ସମସ୍ତ ସକାରାତ୍ମକ ଦୃଷ୍ଟିକୋଣ ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ତଥା ସାମାଜିକ କ୍ଷେତ୍ରରେ ଷ୍ଟୁଡେଣ୍ଟ୍ ଫର୍ ସେବା, ଷ୍ଟୁଡେଣ୍ଟସ ଫର୍ ଡେଭଲପମେଣ୍ଟ, ମେଡିଭିଜନ, ଏଗ୍ରିଭିଜନ, ଥିଙ୍କ ଇଣ୍ଡିଆ, ଖେଲୋ ଭାରତ, ମିଶନ ସାହସୀ, ଏସ ଇ ଆଇ ଏଲ୍ ଆଦି ଆୟାମ ଓ ଗତିବିଧି ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସଦସ୍ୟତା, ଶାଖା ଗଠନ, ଜିଲ୍ଲା ଓ ଅଭ୍ୟାସ ବର୍ଗ, ବୈଠକ ଓ ପ୍ରବାସ, ଜନଜାତି ଗୌରବ ଦିବସ, ରାଜ୍ୟ ଅଧିବେଶନ, ଆୟାମ ଓ ଗତିବିଧି କାର୍ଯ୍ୟ, ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ ଓ କାର୍ଯ୍ୟାଳୟ, ଛାତ୍ର ସନ୍ଦେଶ ପତ୍ରିକା ଆଦି ବିଷୟ ଉପରେ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande