ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଆଜି ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଯୋଗୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତି ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯିବ। ପରେ ସହଳ ନୀତି ନିମନ୍ତେ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯିବ। ଏହି ସମୟ ମଧ୍ୟରେ ପହଡଖିଆ ଅନ୍ନ ନୀତି ସହ ୍ୱଡନୀତି, ଅବକାଶ, ବଡ଼ସିଂହାର ବେଶ, ସଂଧ୍ୟାପୂଜା ଓ ବାଟୁଳା ଦହି ପଖାଳ ଭୋଗ ଲାଗି ସମ୍ପନ୍ନ କରାଯାଇ। ମଧ୍ୟାହ୍ନ ୧ଟାରେ ପହୁଡ଼ କରାଯିବ। ଏହି ସମୟ ଅର୍ଥାତ୍ ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ପରଦିନ ଅର୍ଥାତ ସୋମବାର ଭୋର ୫ଟାରେ ପହୁଡ଼ ଖୋଲାଯାଇ ଦୈନନ୍ଦିନ ନୀତି ସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ହେବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ କୁହାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ