ଆଶୁତୋଷ ପୁଝାରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବଲାଙ୍ଗିର, ୬ ସେପ୍ଟେମ୍ବର (ହି.ସ.)- ଆଗଲପୁର ବ୍ଲକ ଅଧିନରେ ଥିବା ଆଗଲପୁର ପଂଚାୟତ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ଆଶୁତୋଷ ପୁଝାରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ । ଶିକ୍ଷକ ଆଶୁତୋଷ ଭଳ ଶିକ୍ଷକତା, ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳିତ ବାତାବରଣ ତଥା ତାଙ୍କର ପାଠପଢାରେ କିପରି ଉନ
ଆଶୁତୋଷ ପୁଝାରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ବଲାଙ୍ଗିର, ୬ ସେପ୍ଟେମ୍ବର (ହି.ସ.)- ଆଗଲପୁର ବ୍ଲକ ଅଧିନରେ ଥିବା ଆଗଲପୁର ପଂଚାୟତ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ଆଶୁତୋଷ ପୁଝାରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ । ଶିକ୍ଷକ ଆଶୁତୋଷ ଭଳ ଶିକ୍ଷକତା, ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳିତ ବାତାବରଣ ତଥା ତାଙ୍କର ପାଠପଢାରେ କିପରି ଉନ୍ନତି ଅଣାଯିବା ହେତୁ ତାଙ୍କୁ ଏହି ପୁରସ୍କାର ମିଳିଛି । ସେପ୍ଟେମ୍ବର ୫ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ସଭାଗୃହ ରେ ଗୁରୁ ଦିବସ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଏହା ତାଙ୍କୁ ଦିଆଯାଇଛି । ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ନିରଞ୍ଜନ ବିଶି, ଏଡିଏମ୍ ପବିତ୍ର ବେହେରା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଯଥାକ୍ରମେ ଉପସ୍ଥିତ ରହି ଏହି ପୁରସ୍କାର ଗୁଡିକ ଶିକ୍ଷକମାନଙ୍କୁ ପୁରସ୍କୃତ କରିଛନ୍ତି । ଆଶୁତୋଷ ପୁଝାରୀ ହେଉଛନ୍ତି ଆଗଲପୁର ବ୍ଲକର ରେଙ୍ଗାଳି ଗ୍ରାମ ଅଧିବାସୀ । ଜିଲ୍ଲାରେ ୨୮ଜଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ୧୩ ଜଣ ୟୁପି ସ୍କୁଲର ଶିକ୍ଷକ ଏବଂ ୩ଜଣ ବିଆରସି ଙ୍କୁ ଏହି ପୁରସ୍କାର ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande