ଅସ୍ଥାୟୀ ଯାତ୍ରୀ ବିଶ୍ରାମ ଗୃହରେ ପାଲ ପକାଇଲେ ସମାଜସେବୀ
କୋରାଇ, ୦୬ ସେପ୍ଟେମ୍ବର(ହି.ସ.) – ପାଣିକୋଇଲିରେ ସ୍ଥାୟୀ ବସଷ୍ଟାଣ୍ଡ ନଥିବା ବେଳେ ଯାତ୍ରୀମାନେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ପ୍ରଚଣ୍ଡ ଖରା ଓ ବର୍ଷାରେ ମୁଣ୍ଡ ଗେଂଜିବାକୁ କିଛି ବ୍ୟବସ୍ଥା ନଥିଲା । ଗତବର୍ଷ ହାଇସ୍କୁଲ ନିକଟରେ ପଂଚାୟତ ପକ୍ଷରୁ ଏକ ଅସ୍ଥୟୀ ଯାତ୍ରୀ ବି
ଅସ୍ଥାୟୀ ଯାତ୍ରୀ ବିଶ୍ରାମ ଗୃହରେ ପାଲ ପକାଇଲେ ସମାଜସେବୀ


କୋରାଇ, ୦୬ ସେପ୍ଟେମ୍ବର(ହି.ସ.) – ପାଣିକୋଇଲିରେ ସ୍ଥାୟୀ ବସଷ୍ଟାଣ୍ଡ ନଥିବା ବେଳେ ଯାତ୍ରୀମାନେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ପ୍ରଚଣ୍ଡ ଖରା ଓ ବର୍ଷାରେ ମୁଣ୍ଡ ଗେଂଜିବାକୁ କିଛି ବ୍ୟବସ୍ଥା ନଥିଲା । ଗତବର୍ଷ ହାଇସ୍କୁଲ ନିକଟରେ ପଂଚାୟତ ପକ୍ଷରୁ ଏକ ଅସ୍ଥୟୀ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରାଯାଥିଲା । ଯାହା ଫଳରେ ଯାତ୍ରୀମାନେ ଖରାବର୍ଷାରେ ମୁଣ୍ଡ ଗେଂଜୁଥିଲେ । କାଳକ୍ରମେ ତାହା ଛପର ଉଠିଗଲାଣି, ଛଣ ପଚି ଖରାବର୍ଷାରୁ ରକ୍ଷା ଦେଇପାରୁନଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ହେଲେ ଏହାର ମରାମତି ନହେବାରୁ ସମାଜସେବୀ ମାନେ ଅଂଟା ଭିଡିଥିଲେ । ଆଜି ଏକ ପାଲ ଆଣି ଏହାର ଉପରେ ପକାଇଥିଲେ । ଫଳରେ ଖରା ଓ ବର୍ଷାରୁ ଯାତ୍ରୀମାନଙ୍କୁ ଆଶ୍ୱସ୍ଥି ମିଳିଛି । ଏହି କାର୍ଯ୍ୟକମ୍ରରେ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ, ସୁବାସ ଧଳ, ପ୍ରଦୀପ ମାଝୀ, ଅଶୋକ କୁମାର ଦାସ, ତୁଷାର ବେଉରା, ସୁନିଲ ଓଝା, ଶୋଭିନ ପରିଡା ପ୍ରମୁଖ ସାମିଲ ହୋଇଥିଲେ । ଏତାଦୃଶ୍ୟ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande